“ଆଗାମୀ ଭାରତ ତୃଷାର୍ତ୍ତ ନ ହେଉ”

ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର

ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ଅନ୍ୟତମ ଅତିଥି ଭାବେ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଆଲୋଚନାର ବିଷୟ ଥିଲା “ଆଗାମୀ ଭାରତ ତୃଷାର୍ତ୍ତ ନ ହେଉ”।


ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ପରିବାରର ଆଭିମୁଖ୍ୟ, ସମ୍ପାଦକୀୟ ବିବରଣୀ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ତାଙ୍କର ଦୀକ୍ଷାନ୍ତ ଭାଷଣରେ ଜଳ ସଂରକ୍ଷଣ, ତାର ସୁରକ୍ଷା, ସଚେତନତା ତଥା ବୃକ୍ଷରୋପଣ ସହ ଆଗାମୀ ସମୟରେ ଓଡ଼ିଶାର କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ବିଶ୍ଵସ୍ତରରେ ପହଞ୍ଚେଇବାକୁ ସମସ୍ତେ ଆଗେଇ ଆସିବା ସହ ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ସାରା ଭାରତ ନୁହେଁ ପୃଥିବୀର ବିଭିନ୍ନ ସ୍ଥାନରେ ନିଜର କର୍ମ ଦକ୍ଷତା ଓ ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କୁ ନିଜ ସୃଷ୍ଟି ମାଧ୍ୟମରେ ସଚେତନ କରି ପାରୁଛନ୍ତି। 

ସାମାନ୍ୟ ଚିନ୍ତାଧାରା ବି ବିରାଟ ପରିବର୍ତ୍ତନ କରିପାରେ ଏବଂ ମହତ୍ ଉଦ୍ଦେଶ୍ୟ ନେଇ କର୍ମ କଲେ ବହୁତ ଭଲ କାମ ହୋଇପାରେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବୈଜ୍ଞାନିକ ପଣ୍ଡା ସୋସିଆଲ ମିଡିଆ ସହ ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ଏ ବିଷୟରେ ବିଭିନ୍ନ ସ୍ତମ୍ଭ ମାଧ୍ୟମରେ ଜନ ସଚେତନ ସୃଷ୍ଟି କରୁଛନ୍ତି ବୋଲି ସହ ସମ୍ପାଦକ ବିପିନ ବିହାରୀ ବାରିକ ଓ କାର୍ଯ୍ୟ କାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବରେ ତେଲେଙ୍ଗାନାରୁ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ମଧ୍ୟ ଜଳ ସଂରକ୍ଷଣ ଓ ଦୂଷିତ ଜଳକୁ ପୁନଃ ଚକ୍ରଣ ମାଧ୍ୟମରେ ବିଶୁଦ୍ଧ କରି ବ୍ୟବହାର ଉପଯୋଗୀ କିଭଳି ହୋଇ ପାରିବ ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।


ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ଏବଂ ମହାରାଷ୍ଟ୍ରରୁ ନିର୍ମଳ ନାୟକଙ୍କର ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା। ଉକ୍ତ ସାନ୍ଧ୍ୟ ଆସରରେ ଯାଜପୁର ବିନୋଦିନୀ ଦାଶ, ସନ୍ତୋଷ ପରିଡ଼ା, ବିଦ୍ୟୁତ ପ୍ରଭା ମିଶ୍ର, ବିନୟ କୁମାର ମହାପାତ୍ର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ରଞ୍ଜନ କୁମାର ପଣ୍ଡା, ରଜତ କୁମାର ମିଶ୍ର, ଗଞ୍ଜାମରୁ ଗଗନ କୁମାର ଦାସ, ରଞ୍ଜନ କୁମାର ବ୍ରହ୍ମା, ରୁଦ୍ରରୂପା ବ୍ରହ୍ମା, ବେଲପାହାଡ଼ ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, ନିତ୍ୟାନନ୍ଦ ସାହୁ, କପିଲ ଚରଣ ପ୍ରଧାନ, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ମୟୂରଭଞ୍ଜରୁ ଧିରେନ ବାଗ୍, ଭୁବନେଶ୍ୱରରୁ ବସନ୍ତ କୁମାର ସାହୁ, ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ରେଖା ମହାପାତ୍ର, ଅନୁଗୁଳରୁ ନନ୍ଦନୀ ରାଉତ, ଜଗତସିଂହପୁରରୁ ବିଷ୍ଣୁପ୍ରିୟା ମିଶ୍ର, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ସମର ବଲ୍ଲଭ ଭୋଇ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ନବରଙ୍ଗପୁରରୁ ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ଜଗନ୍ନାଥ ବାରିକ, ପୁନେରୁ ନିର୍ମଳ ନାୟକ ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ବିଭିନ୍ନ ସ୍ଥାନରୁ ମାନସ ପ୍ରଧାନ, ତନଶ୍ରୀ ମହାପାତ୍ର, ଗୋପାଲ ଜେନା, ରଜୀତ ଦାସ,ଚିତ୍ରା ସାହୁ, ଜଗଦୀଶ ସାହୁ, କଳ୍ପନା ରାୟ, ସୌମ୍ୟରଞ୍ଜନ ମହାପାତ୍ର, କୈଳାସ ଚନ୍ଦ୍ର ବେହେରା, ଲୋକନାଥ ରେଡି, ମୃତ୍ୟୁଞ୍ଜୟ ଦାସ, ବସନ୍ତ ମଞ୍ଜରୀ ଦାସ, ମିଥୁନ ନାଏକ, ବିଶ୍ଵଜିତ୍ ବରାଳ, ସାଇପ୍ରିୟା ନାଏକ, ପ୍ରିୟମ୍ବଦା ସାମଲ, ବିଷ୍ଣୁପ୍ରିୟା ମିଶ୍ର, ହରେକୃଷ୍ଣ ଦାସ,ଜିତେନ୍ଦ୍ରିୟ ସାହୁ, ପ୍ରମୁଖ କବି କବୟତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଅତିଥି ଆଗାମୀ ଦିନରେ ଫେସବୁକ ଲାଇଭ ତଥା ଭର୍ଚୁଆଲ ଆସରରେ ଆହୁରି ଦିଗଦର୍ଶନ ଦେବାକୁ ପ୍ରତିଶୃତି ଦେଇଥିଲେ।ସମ୍ପାଦିକା ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ସଞ୍ଜୟ କୁମାର ସାହୁ ସଂଯୋଜନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫୁଲ୍ଲ କୁମାର ଦାସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.