ଜାତୀୟ ରାଜପଥ ଅବରୋଧ ସହ CSO ଅଫିସରେ ତାଲା ପକାଇଲେ ଚାଷୀ

ନୂଆପଡା: ନୂଆପଡା ଜିଲ୍ଲାରେ ସରୁନି ଚାଷୀ କୁଳଙ୍କ ସମସ୍ୟା।ବର୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡିକରେ ପଡି ରହିଛି ଲକ୍ଷାଧିକ କ୍ୱିଣ୍ଟାଲ ଧାନ। ଏହି ସମସ୍ୟା ର ପ୍ରତିକାର ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀ (ସି. ଏସ. ଓ. )ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ସେଠାରେ ବିଭାଗୀୟ ଅଧିକାରୀ କେହି ଉପସ୍ଥିତ ନ ଥିଲେ।


ଚାଷୀକୁଳ ଏଥିରେ ଉତ୍ୟକ୍ତ ହୋଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ତାଲା ପକାଇ ଦେଇଥିଲେ। ତେବେ ଏହା ପରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟ ରୁ କେହି ବି ଚାଷୀକୁଳଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ହୋଇ ନଥିଲେ ଯାହା ଫଳ ରେ ଉତ୍ୟକ୍ତ ହୋଇ ଚାଷୀକୁଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇ ଯାଇ ଥିବା ଜାତୀୟ ରାଜପଥକୁ ଅବରୋଧ କାରୀ ଥିଲେ। ସୋମବାର ଅପରାହ୍ନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଚାଷୀକୁଳ ନିର୍ଭର ପ୍ରତିଶୃତି ପାଇଥିଲା ଓ ରାସ୍ତାରୋକ ରୁ ଓହରିଯାଇଥିଲା।


ଆନ୍ଦୋଳନରେ ଜୟ କିଷାନ ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀ ଆନ୍ଦୋଳନର ନେତୃତ୍ୱ ନେଇ ଥିବା ବେଳେ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଗରିବ ସେନା ସଭାପତି ରବୀନ୍ଦ୍ର ମଙ୍ଗରାଜ, କଲ୍ୟାଣ ଅହୀର, ଶିବ ପାତ୍ର, ଭକ୍ତ ଧାରୁଆ ଓ ବୃନ୍ଦାବନ ପ୍ରଧାନ ପ୍ରମୁଖ ସାମିଲଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.