ମିଲର୍ସ ଆସୋସିଏସନ୍ ପକ୍ଷରୁ କୋଭିଡ ରିଲିଫ ସାମଗ୍ରୀ ବଂଟନ

ରିଲିଫ ସାମଗ୍ରୀ ଗାଡିର ଶୁଭାରମ୍ଭ କଲେ ଜିଲ୍ଳାପାଳ ଓ ଏସ.ପି.

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡା ମିଲର୍ସ ଆସୋସିଏସନ୍ ତରଫରୁ ରାୟଗଡ ଜିଲ୍ଳାର ୧୧ଗୋଟି ବ୍ଳକରେ ବସବାସ କରୁଥିବା ଗରିବ ଅସହାୟ ପରିବାର ବର୍ଗଙ୍କୁ କରୋନା ସହାୟତା ନିମନ୍ତେ ୩ଟି ଗାଡିରେ ରିଲିଫ ସାମଗ୍ରୀ ପଠାଯାଇଛି । ଏହି ରିଲିଫ ଗାଡି ଜିଲ୍ଳାର ଦୁର୍ଗମ ଓ ଅପଂହଚ ଇଲାକା ଗୁଡିକ ଭ୍ରମଣ କରି ୫ ହଜାର ଗରୀବ ତଥା ଅସହାୟ ପରିବାରକୁ ଚାଉଳ, ଡାଲି, ଚଣା, ଖୁଦ, ଚୁଡା, ହଳଦୀ ଓ ଲଙ୍କାଗୁଣ୍ଡ , ସାବୁନ, ତେଲ ଆଦି ରିଲିଫ ସାମଗ୍ରୀର ପ୍ୟାକଟେ୍ ପ୍ରଦାନ କରାଯିବା ନେଇ ଆସୋସିଏସନ ସଭାପତି ଆର.କାଶି ନାଇଡୁ ପ୍ରକାଶ କରିଛନ୍ତି । ଏ ନେଇ ଆସୋସିଏସନର କର୍ମକର୍ତାମାନଙ୍କ ଗହଣରେ ଆଜି ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଜିଲ୍ଳା ଏସ.ପି ବିବେକାନନ୍ଦ ଶର୍ମା ମିଳିତ ଭାବେ ସବୁଜ ପତାକା ଦେଖାଇ ରିଲିଫ ଗାଡିର ଶୁଭାରମ୍ଭ କରିଥିଲେ ।ମିଲର୍ସ ଆସୋସିଏସନର ଏପରି ଜନହିତକର କାର୍ଯ୍ୟକ୍ରମକୁ ଜିଲ୍ଳାପାଳ ଓ ଏସ.ପି.ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିଏସନର ଉପସଭାପତି ଗୈାରୀ ସେନାପତି, କାର୍ଯ୍ୟକାରୀ ସଂପାଦକ ଲାଡି ଶ୍ରୀଧର, କୋଷାଧ୍ୟକ୍ଷ କେ.ଶ୍ରୀଧରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.