ଗୁଂଚିତରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ 

ଟିଟିଲାଗଡ/ମୁରିବାହାଲ,୨୯/୦୧: ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁଂଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ମହାନ୍ତିଙ୍କ ସଭାପତିତ୍ବରେ ବାର୍ଷିକ କ୍ରୀଡା ଓ ପୁରଷ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ କାଶୀନାଥ ଭୋଇ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସିରୋଳ କ୍ଲଷ୍ଟର ର ସି.ଆର୍.ସି.ସି ଶ୍ରୀଯୁକ୍ତ ଅନିଲ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଈଶ୍ବର ଭାଟି ଯୋଗ ଦେଇଥିଲେ ।

ବାର୍ଷିକ କ୍ରୀଡା ଉତ୍ସବ ଖେଳ ଶିକ୍ଷକ ଜିତେନ୍ଦ୍ର ସୁନାଙ୍କ ତତ୍ବାବଧାନରେ ହୋଇଥିବା ବେଳେ ଗୌରହରି ଭୋଇ ମଞ୍ଚ ପରିଚାଳନା କରିଥିଲେ ।ଆନନ୍ଦ ଉଲ୍ଲାସ ପରିବେଶ ମଧ୍ୟରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳ ଗୁଡିକରେ ଅଂଶଗ୍ରହଣ କରି କ୍ରିଡା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହ ଶିକ୍ଷକ ନୀଳମଣି ଦୀପ, ସହ ଶିକ୍ଷୟିତ୍ରୀ ସୁନିତା ହରପାଲ୍, ଲିଲି ପୋଢ, ପ୍ରିୟଦର୍ଶୀନି ସ୍ବାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ସମସ୍ତ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାସ୍କୃତିକ କାର୍ଯ୍ୟକ୍ରମରେ ମାଧ୍ୟମରେ ଛାତ୍ରିମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଭିଷ୍ମସେନ୍ ମହାକୁର ଓ ଜ୍ୟୋତି ପ୍ରକାଶ ଚନ୍ଦନଙ୍କ  ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.