କୁଲି ଗ୍ରାମରେ ଜରାଜୀର୍ଣ୍ଣ ପୋଖରୀର ସୈାନ୍ଦର୍ଯ୍ୟକରଣ ପରେ ଆକର୍ଷିତ ପୋଖରୀ

ସନ୍ଧ୍ୟା ହେଲେ ଆଲୋକରେ ଝଲସି ଉଠୁଛି ପୋଖରୀ, ଉପଭୋଗ କରୁଛନ୍ତି ଗ୍ରାମବାସୀ

ରାୟଗଡ, (ଶିବ ନାରାୟଣ ଗୈାଡ): ସଂଧ୍ୟା ହେଲେ ଆଲୋକରେ ଝଲସି ଉଠୁଛି କୁଲି ଗ୍ରାମର ପୋଖରୀ । ବେଂଚରେ ବସି ସୁଲୁସୁଲିଆ ପବନରେ ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଗ୍ରାମବାସୀ । ରାୟଗଡ ଜିଲ୍ଳା ପଂଚାୟତ ସମିତି ଅନ୍ତଗର୍ତ କୁଲି ଗ୍ରାମ ପଂଚାୟତର ସଦର କୁଲି ଗ୍ରାମରେ ରହିଛି ଏହି ପୋଖରୀ । ମହାମାରୀ କରୋନା ବିପତିର ମଧ୍ୟ ଭାଗରେ ଗତବର୍ଷ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିଥିବା ବେଳେ ସରକାରଙ୍କ ପ୍ରାଥମିକତା ରହିଥିଲା ପ୍ରବାସୀଙ୍କୁ ରୋଜଗାର ଯୋଗାଇ ଦେବା ।

ଏହାକୁ ଦୃଷ୍ଟିରେ ରଖି କୁଲି ଗ୍ରାମ ପଂଚାୟତ ସରପଂଚ ହରପ୍ରସାଦ ହେପ୍ରୁକାଙ୍କ ସମେତ ପଂଚାୟତ ସଂପ୍ରସାରଣ ଅଧିକାରୀ (ପିଇଓ) ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଆଲୋଚନା କରି କୁଲି ଗ୍ରାମରେ ବହୁ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ତଥା ଗ୍ରାମବାସୀଙ୍କ କୈାଣସି କାମରେ ଆସୁ ନ ଥିବା ପୋଖରୀର ପୁର୍ନଦ୍ଧାର କରାଯାଇ ପାରିଲେ ପ୍ରବାସୀଙ୍କୁ ରୋଜଗାର ଯୋଗା ହୋଇପାରିବ ଏବଂ ପଂଚାୟତର ମଧ୍ୟ ଉନ୍ନତୀକରଣ ହେବାର ଯୋଜନା କରିଥିଲେ । ପ୍ରସ୍ତାବକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ଅନୁମୋଦନ ପରେ ୨୦୨୦-୨୧ ବର୍ଷର ମନରେଗା ଯୋଜନାରେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ କାର୍ଯ୍ୟାରମ୍ଭ ହୋଇଥିଲା । ଶେଷରେ କାର୍ଯ୍ୟ ଶେଷ ହେବା ପରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ପୋଖରୀକୁ ଏକ ନୂତନ ରୂପରେଖ ଦିଆଯାଇପାରିଛି । ବର୍ତମାନ ଏହି ପୋଖରୀରୁ ଆଖପାଖ ଜମିକୁ ଜଳସେଚନ ହୋଇପାରୁଥିବା ବେଳେ ଗ୍ରାମବାସୀମାନେ ଉପକୃତ ହୋଇପାରୁଛନ୍ତି । ଗ୍ରାମର ଗୃହପାଳିତ ପଶୁମାନେ ମଧ୍ୟ ଏଥିରୁ ଜଳକଷ୍ଟ ମେଂଟାଇ ପାରୁଛନ୍ତି ।

ଏହି ପୋଖରୀ ଚର୍ତୁପାଶ୍ୱର୍ରେ ଆଲୋକୀକରଣ ବ୍ୟବସ୍ଥା ସହ ଲୋକେ ବସି ସୈାନ୍ଦର୍ଯ୍ୟର ଉପଭୋଗ କରିବା ପାଇଁ ବେଂଚ ବ୍ୟବସ୍ଥା କରାଯାଇଥିବାରୁ କୁଲି ଗ୍ରାମବାସୀଙ୍କ ସମେତ ଏହି ରାସ୍ତା ଦେଇ ଯାଉଥିବା ଅନ୍ୟମାନେ ମଧ୍ୟ ଏହାକୁ ଉପଭୋଗ କରୁଛନ୍ତି । ଏହି ପୋଖରୀର ସୈାନ୍ଦର୍ଯ୍ୟକରଣ ପରେ ଗ୍ରାମବସୀ ଓ ଅନ୍ୟମାନଙ୍କ ଉପସ୍ଥିତି ଦିନକ ଦିନ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଏହି ପୋଖରୀରେ ବୋଟିଂ ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାଦ୍ୱାରା ପଂଚାୟତ ପାଣ୍ଠିରେ ମଧ୍ୟ ରାଜସ୍ୱ ଆଦାୟ ହୋଇପାରିବ ବୋଲି ସରପଂଚ ହର ପ୍ରସାଦ ହେପ୍ରୁକା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.