ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର

ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ଭର୍ଚୁଆଲ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ତାଇକୋଣ୍ଡୋ ପ୍ରତିଭା ଏହସାସ୍ ହୋତା, ବିଶିଷ୍ଟ ଅତିଥିଭାବେ ଫକୀରମୋହନ ସାହିତ୍ୟ ସଂସଦର ସମ୍ପାଦକ ଡଃ କୁମାର ଗୋପାଳ, ସେବା ନିବୃତ ସହାୟକ ମହାପ୍ରବନ୍ଧକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିଥିଲେ।

ଉକ୍ତ ଆସରରେ ଆଲୋଚନାର ବିଷୟ ଥିଲା “ଏହସାସ୍ ହୋତାଙ୍କ ଅନନ୍ୟ ଜୀବନ ଯାତ୍ରା ତଥା ଶିକ୍ଷା ଓ ସାହିତ୍ୟର ସମନ୍ଵୟ”। ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ପରିବାରର ଆଭିମୁଖ୍ୟ, ସମ୍ପାଦକୀୟ ବିବରଣୀ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।


ମୁଖ୍ଯ ଅତିଥି ବିସ୍ମୟ ବାଳକ ଏହସାସ ହୋତା ତାଙ୍କର ଜୀବନରେ ସଫଳତାର ରହସ୍ଯ ବଖାଣିବା ସହ ସାହିତ୍ୟ ଜୀବନର ମୂଳମନ୍ତ୍ର ବୋଲି ସ୍ପଷ୍ଟ କରିଥିଲେ। ଏପରି କୌଣସି ଅକ୍ଷର ନାହିଁ, ଯେଉଁଥିରୁ ମନ୍ତ୍ର ସୃଷ୍ଟି ହୋଇପାରିବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଡଃ କୁମାର ଗୋପାଳ ତାଙ୍କ ବକ୍ତବ୍ୟରେ ଶିକ୍ଷାର ମାନ ହ୍ରାସ ପାଇବା ସହ ନୈତିକ ଶିକ୍ଷାର ଅଭାବ ଯୋଗୁଁ ସମାଜରେ ଅବକ୍ଷୟ ଘଟୁଛି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଗୋକୁଳ ଚନ୍ଦ୍ର ପଣ୍ଡା ସାହିତ୍ୟ ସମାଜ ସହିତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।

ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଏହି ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଉପରେ ସ୍ବରଚିତ କବିତାମାନ ପାଠ କରିଥିଲେ। କବିତା ପାଠୋତ୍ସବର ମନମୁଗ୍ଧକର ସଂଚାଳନା ଦ୍ୱାରା ଭର୍ଚୁଆଲ ଆସରକୁ ପ୍ରାଣବନ୍ତ କରିଥିଲେ ରୀତା ଅପରାଜିତା ମହାନ୍ତି।


ଉକ୍ତ ସାନ୍ଧ୍ୟ ଆସରରେ ମୟୂରଭଞ୍ଜରୁ ଧିରେନ ବାଗ୍, ଗୋପାଳ ସାଓ, କନ୍ଧମାଳରୁ ଜିତେନ୍ଦ୍ରିୟ ସାହୁ, ଚିନାପାନା ଲୋକନାଥ ରେଡି, ଇଡୋକୁଲୁ ମାମିଦ୍, ଯାଜପୁର ବିନୋଦିନୀ ଦାଶ, ସନ୍ତୋଷ ପରିଡ଼ା, ବିଦ୍ୟୁତ ପ୍ରଭା ମିଶ୍ର, ବିନୟ କୁମାର ମହାପାତ୍ର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ରଞ୍ଜନ କୁମାର ପଣ୍ଡା, ରଜତ କୁମାର ମିଶ୍ର, ବେଲପଡା ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, ନିତ୍ୟାନନ୍ଦ ସାହୁ, କପିଲ ଚରଣ ପ୍ରଧାନ, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ ବସନ୍ତ କୁମାର ସାହୁ, ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ରେଖା ମହାପାତ୍ର, ଅନୁଗୁଳରୁ ନନ୍ଦନୀ ରାଉତ, ପାରାଦୀପରୁ ରଜୀତ କୁମାର ଦାସ, ଜଗତସିଂହପୁରରୁ ବିଷ୍ଣୁପ୍ରିୟା ମିଶ୍ର, ବସନ୍ତ ମଞ୍ଜରୀ ଦାସ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ସମର ବଲ୍ଲଭ ଭୋଇ,ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ରତ୍ନାକର ସିଂହ, ହରେକୃଷ୍ଣ ଦାସ,ପ୍ରଫୁଲ୍ଲ କୁମାର ଦାସ, ନବରଙ୍ଗପୁରରୁ ସାଗର ପରିଡ଼ା, ହରେକୃଷ୍ଣ ଦାସ, ଜିତେନ୍ଦ୍ରିୟ ସାହୁ, ମିଥୁନ ନାଏକ, ସବିତା ଶୁକ୍ଳା, ସୁଦାମ ଲେଙ୍କା, ବୈଦ୍ୟନାଥ ପଣ୍ଡା, ସତ୍ୟରଞ୍ଜନ ସ୍ଵାଇଁ, ତନୁଶ୍ରୀ ଦାସ,ବିଶ୍ଵନାଥ ସ୍ଵାଇଁ, ଲିପିକା ସୁନା ପ୍ରମୁଖ କବି କବୟତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ । ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟିକ ଜୁମରନାଥ ପାତ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.