କବିତା: ଦେବା ତ୍ରିରଙ୍ଗା ଉଡାଇ

✒️ ପ୍ରଣତି ମହାପାତ୍ର

ଆସରେ ମୋର ଭଉଣୀ ଭାଇ
ପାଳିବା ସର୍ବେ ହରସ ହୋଇ
ଗଣତନ୍ତ୍ର ଦିବସ,
ପରାଧୀନରୁ ମୁକ୍ତ ହେଲେ
ମାଆ ମୁଖରେ ହସ ଦେଲେ
ଦେବା ତ୍ରିରଙ୍ଗା ଉଡାଇ।
ଆସରେ ମୋର ଭଉଣୀ ଭାଇ।

ଆମ ମାଟିର ସଯୋଗ୍ୟ ଦାୟାଦ
ସ୍ଵାଧୀନତା ପାଇଁ ହେଲେ ସହୀଦ
ଆଣି ଦେଲେ ସ୍ଵାଧୀନତା,
ଗୋଟିଏ ପତାକା ତଳେ ଏକହୋଇ
ହିନ୍ଦୁ, ମୁସଲମାନ, ଜୈନ,ଖ୍ରୀଷ୍ଟିଆନ
ସଭିଏଁ ଆମେରେ ଭଉଣୀ ଭାଇ
ଦେବା ତ୍ରିରଙ୍ଗା ଉଡାଇ।
ଆସରେ ମୋର ଭଉଣୀ ଭାଇ।

ମହାତ୍ମା ଜନଙ୍କୁ କରି ପ୍ରଣାମ
ଭାରତ ଜନନୀ ନମୋନମଃ
ବନ୍ଦେ ଉତ୍କଳ ଜନନୀ ଗାଇ,
ମାଆ ମାଟି ମାତୃଭାଷାର ସୁରକ୍ଷା
ଜୀବନର ଏକମାତ୍ର ବ୍ରତ କରି
ଦେବା ତ୍ରିରଙ୍ଗା ଉଡାଇ।
ଆସରେ ମୋର ଭଉଣୀ ଭାଇ।

ବାଲେଶ୍ବର
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.