ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗକୁ କୋର୍ଟ ଚଲାଣ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବଲାଂଗିର ଏସପି

ବଲାଂଗିର,୩୦/୧:
ଗତ ରବିବାର ପୋଲିସର ଦୁଇ ରାଉଣ୍ଡ ଗୁଲି ଚାଲନା ରେ ଆହତ ମାଷ୍ଟର ମାଇଣ୍ଡ ବବଲୁକୁ ଏନକାଉଣ୍ଟର କରି ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କଲା ପରେ ମଙ୍ଗଳବାର ପୁଲିସକୁ ଏକ ବଡ ସଫଲତା ମିଲିଛି ।ସଇଁତଲା ଥାନା ଅନ୍ତର୍ଗତ ମଦଭାଟି ତିନି ଲକ୍ଷ ଛଅ ହଜାର ଟଙ୍କା ଲୁଟ, ଦେଓଗାଁ ମଦଭାଟିରୁ ୬ଲକ୍ଷ ଲୁଟ, ବଡ଼ବନ୍ଧ ଆନ୍ଧ୍ରା ବ୍ୟାଙ୍କ ରୁ ଉଣେଇଶ ଲକ୍ଷ ଟଙ୍କା ଲୁଟ ଏବଂ ଟିଟିଲାଗଡ ଥାନା ବିଜେପୁର ବ୍ୟାଙ୍କ ଲୁଟ ଉଦ୍ୟମ ଭଳି ଘଟଣାରେ ବବଲୁ ସମେତ ଆଠ ଜଣଙ୍କୁ ଗିରଫ କରିଛି ସଇଁତଲା ପୋଲିସ । ଅଭିଯୁକ୍ତ ମାନେ ହେଲେ ଅଜିତ ବାଗ (୨୬), ରାଜେଶ ବାଗ (୨୪), ଅମିତ ରଣା (୨୨), ଅଶ୍ବୀନି ହରପାଲ (୨୬), ପ୍ରଶାନ୍ତ ନନ୍ଦ(୨୪), ଆର୍ତ୍ତ ଚିନ୍ଦା (୨୪), ଅମରେଶ ପଟ୍ଟନାୟକ (୨୬), ଅଶୋକ ହରପାଲ (୨୬)। ଏମାନଙ୍କୁ କୋର୍ଟ ଚାଲଣ କରିଥିବା ସଇଁତଳା ଥାନା ପରିସରରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଂଗିର ଏସପି କେ. ଶିବା ସୁବ୍ରମଣି ।

ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.