ଜାତୀୟ ଦୁଃସାହାସିକ ଗାଇଡ଼ ପାଠ୍ୟକ୍ରମରେ କଳାହାଣ୍ଡିର ଝିଅ ଈପ୍ସାମୟୀ

ମ.ରାମପୁର,୩୦/୧: ଭାରତୀୟ ପର୍ବତାରେହଣ ସଂସ୍ଥା ଓ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଜାନୁଆରୀ ୨୮ରୁ ଫେବୃଆରୀ ୧୧ ଯାଏଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଭିନ୍ନ ତାଲିମ କେନ୍ଦ୍ରରେ ଜାତୀୟ ଦଃସାହସିକ ଗାଇଡ଼ ପାଠ୍ୟକ୍ରମରେ କଳାହାଣ୍ଡିରୁ ଏକମାତ୍ର ଝିଅ ଈପ୍ସାମୟୀ ଯୋଗଦେଇଥିବାରୁ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ସେ ନିଜ ଅନ୍ୟସାଥିମାନଙ୍କ ସହ ଏହି ତାଲିମ ପାଇଁ ଦାର୍ଜିଲିଂ ଯାଇଥିବା ଜଣାଯାଇଛି । ମ.ରାମପୁର ପାଇକପଡ଼ାର ଶିକ୍ଷକ ମିହିର କୁମାର ଦୁବେ ଏବଂ ସୁଷମା ଦୁବେଙ୍କ କନିଷ୍ଠା କନ୍ୟା ଈପ୍ସାମୟୀ ନିକଟ ଅତୀତରେ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ନିଜକୁ ସାମିଲ କରାଇ ଉତ୍ତର କାଶୀର ରୁଦୁଗେରା ପାହାଡ଼ (୧୭ହଜାର ଫୁଟ) ଅତିକ୍ରମ କରିଥିଲେ । ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କ ସହିତ ମିଶି କୁସୁମଦେଈ ପାହାଡ଼କୁ ଚଢିବା ପରେ ସେ ଉତ୍ସାହୀ ହେବା ସହ  କୋଲକାତାର ପୁରୁଲିଆ ତିଲବଣି, ଉତ୍ତରାଖଣ୍ଡ ଆଦି ସ୍ଥାନରେ ପର୍ବତାରୋହଣ ସଫଳତାର ସହ ସମାପନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପ୍ରେସକ୍ଲବ ସଂପାଦକ ହେମନ୍ତ ସାହୁ, ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.