ଲାଞ୍ଜିଗଡ : ଧମାକା ଦେଖାଇଲେ ଲାଲ ବାହିନୀ

ସିକେରକୁପା – ଢେପଗୁଡା ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧/୧: ଭବାନୀପାଟଣା- ରାୟଗଡାକୁ ସଂଯୁକ୍ତ ରାଜ୍ୟ ରାଜପଥ ୬ର ସିକେରକୁପା-ଢେପଗୁଡା ରାସ୍ତାକୁ ଗଛ କାଟି ଅବରୋଧ କରିଛନ୍ତି ମାଓବାଦୀ । ୨୫ରୁ ୩୦ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ଓ ଆଜି ସେମାନେ ଡାକରା ଦେଇଥିବା ଭାରତବନ୍ଦ ପରିପ୍ରେକ୍ଷିରେ ଆଗଭଲି ଏ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରି ପୋଲିସ ଓ ପ୍ରଶାସନ ପ୍ରତି ଚ୍ୟାଲେଞ୍ଜ କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ବୁଧବାର ରାତି ସାଢେ ଆଠଟାରୁ ସକାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିଲେ ଲାଲବାହିନୀ । ଫଳରେ ରାସ୍ତାର ଦୁଇ ପାର୍ଶ୍ବ ଗାଡି ମଟରରେ ଜାମ ହୋଇ ଯାଇଥିଲା ।

ଆଜି ସକାଳୁ ଗାଡି ଚାଳକ ଓ କିଛି ସ୍ଥାନୀୟ ଲୋକ ଗଛ ହଟାଇ ରାସ୍ତା ସଫା କରିବା ଫଳରେ ବର୍ତମାନ ପରିସ୍ଥିତି ସ୍ବଭାବିକ ହୋଇଛି ।

ମାଓବାଦୀମାନେ ଏହି ସ୍ଥାନରେ ଏକ ପୋଷ୍ଟର ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳ ବିଶ୍ବନାଥପୁର ଥାନା ଅଞ୍ଚଳରେ ରହିଛି ।

ଲାଞ୍ଜିଗଡରୁ ଗୋପାଳଦାସ ମହାନନ୍ଦଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.