ଜଣେ ଅଧିକାରୀଙ୍କ ସହ ୬ ପୋଲିସ କର୍ମଚାରୀଙ୍କୁ ବନ୍ଧକ ରଖିଲେ ଚାଷୀ

ଅପର ଯୋଙ୍କ ଜଳ ବିବାଦ ପ୍ରସଙ୍ଗ

ସରାବଙ୍ଗାରେ ଉତ୍ତେଜନା, ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ପତୋର ଅପର ଯୋଙ୍କ୍ ଜଳ ସେଚନ ପ୍ରକଳ୍ପରେ ମାସେ ହେବ ରବି ଚାଷ ପାଣି ଆବଣ୍ଟନକୁ ନେଇ ବିବାଦ ଦେଖା ଦେଇଛି । ଗତ କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାଇଁସମୁଣ୍ଡି ଗାଁ ଠାରୁ ପତୋରା ପର୍ଯ୍ୟନ୍ତ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରି ୧୦ ଟି ହେଡ଼ ରେଗୁଲେଟୋରକୁ ଓଲ୍ଡିଂ କରି ସିଲ୍ କରିଥିଲା । ପାଣି ପଞ୍ଚାୟତ ୧ ରୁ ୫ ପର୍ଯ୍ୟନ୍ତ ଅଞ୍ଚଳରେ ୧୪୪ ଜାରି କରିଥିଲା । ଗତ କାଲି ବିଳମ୍ବିତ ରାତ୍ରୀରେ ସରାବଂଗ ଗାଁର ଦୁଇ ଚାଷୀ ନେତା ପ୍ରକାଶ ଦୀକ୍ଷିତ ଓ କମଲେଶ୍ ଦିକ୍ଷିତଙ୍କୁ ସଦର ପୁଲିସ୍ ଉଠାଇ ନେଇଥିଲା ।


ଆଜି ସକାଳେ ସଦର ଥାନା ସବ୍ ଇନ୍ସପେକ୍ଟର ବିନୟ କେରକେଟାଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସରାବଙ୍ଗ ଗାଁରେ ପେଟୋଲିଂ କରୁଥିବା ବେଳେ ଚାଷୀ ମାନେ ଘେରି ଯାଇଥିଲେ । ପୁଲିସ୍ ଓ ଚାଷୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଚାଷୀ ନେତାଙ୍କୁ ଛାଡ଼ିବା ଦାବିରେ ଜଣେ ପୁଲିସ୍ ଅଧିକାରୀ ଓ ୫ ଜଣ ପୁଲିସ୍ କନେଷ୍ଟବଳଙ୍କୁ ମନ୍ଦିର ଭିତରେ ପୁରାଇ ତାଲା ମାରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଅତିରିକ୍ତ ଏସପି ସୁନିଲ ଆଚାର୍ଯ୍ୟ ଓ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଙ୍କ ନେତୃତ୍ବରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ସଦ୍ୟ ସୂଚନା ଅନୁସାରେ ପୋଲିସ ଦୁଇ ଚାଷୀ ନେତାଙ୍କୁ ଛାଡି ଦେଲାଣି ଓ ଗାଁ ଲୋକେ ମଧ୍ୟ ଅଟକ ରଖି ଥିବା ପୋଲିସଙ୍କୁ ଛାଡି ଦେଇଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.