ଭାନୁପ୍ରତାପ ସିଂ ମାଝୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲେ ବିଜେଡି ସୁପ୍ରିମୋ

ନୂଆପଡା,୩୧/୧: ବରିଷ୍ଠ ନେତା ଭାନୁପ୍ରତାପ ସିଂ ମାଝୀଙ୍କ ଉପରେ ଲାଗିଥିବା ନିଳମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନୂଆପଡା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ।

ଏଠାରେ ସୂଚନା ଯୋଗ୍ୟଯେ ୨ବର୍ଷ ତଳେ ନୂଆପଡାର ଦୁଇ ବରିଷ୍ଠ ନେତା ଭାନୁପ୍ରତାପ ସିଂ ମାଝୀ ଓ ପ୍ରସନ୍ନ ପାଢୀଙ୍କୁ ଦଳକୁ ନିଲମ୍ବିତ କରିଥିଲେ ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । ବିଜୁ ଜନତା ଦଳ ସହ ଶ୍ରୀ ମାଝୀ ଓ ଶ୍ରୀ ପାଢ଼ୀ ଦଳ ଗଠନ ହେବା ସମୟ ରୁ ହିଁ ଯଥାକ୍ରମେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଓ ଜିଲ୍ଲା ସଭାପତି ବିଜୁ ଜନତା ଦଳର ପଦବୀରେ କାର୍ଯ୍ୟରତ ଥିଲେ । ବିଜୁ ଜନତା ଦଳ ସହ ଯୋଡି ହୋଇ ଅନେକ ନିର୍ବାଚନରେ ଦଳିୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ସମ୍ପର୍ଣ୍ଣ କରି କରିଥିଲା, ତୃଣମୂଳ ସ୍ଥରରେ ସମସ୍ତ କର୍ମୀ ଓ ଜନସାଧାରଣଙ୍କ ସହ ଯୋଡି ନୂଆପଡାରେ ବିଜେଡିକୁ ସଶକ୍ତ କରାଇବାରେ ଏହି ଦୁଇ ନେତାଙ୍କ ଯଥେଷ୍ଟ ଅବଦାନ ରହିଥିଲା ।

ବର୍ତମାନ ନୂଆପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଥିବା ଭାନୁପ୍ରତାପ ସିଂ ମାଝୀ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତମାନ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ରାଜେଶ ନିଗମ, ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିବାସହ ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.