ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲପାଳଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ


ନୂଆପଡା: ସାରା ରାଜ୍ୟର ବିଭିନ୍ନ ମଣ୍ଡିରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ବସ୍ତା ପଡି ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ମାନଙ୍କରେ ଚାଷୀ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଏହି ପରିପେକ୍ଷିରେ ନୂଆପଡା ଜିଲ୍ଲାର ବିଭିନ୍ନ ମଣ୍ଡି ମାନଙ୍କରେ ମଧ୍ୟ ପ୍ରାୟ ୧ ଲକ୍ଷ ୭୫ ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି। ତେବେ ମଣ୍ଡି ମାନଙ୍କ ରେ ଧାନ ପଡି ରହି ଥିଲେ ମଧ୍ୟ ରାଜ୍ୟ ସରକାର ଧାନ କ୍ରୟ କରିସାରିଥିବାର କହୁଛି ବୋଲି କେନ୍ଦ୍ର ସରକାର ଅଭିଯୋଗ କରିଛି। ଆଜି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ସ୍ୱତନ୍ତ୍ର ଟିମ ନୂଆପଡ଼ା ଜିଲ୍ଳାପାଳଙ୍କୁ ଭେଟି ନୂଆପଡା ମଣ୍ଡିରେ ପଡ଼ି ରହିଥିବା ୧,୭୫,୦୦୦ କୁଇଣ୍ଟାଳ ଧାନ, ବାକି ରହିଥିବା ଟୋକନ ଧାନ ଏବଂ ବାତିଲ ହେଇଥିବା ଟୋକନକୁ ରି-ଜେନେରେଟ କରି ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ପାଈଁ ଜିଲ୍ଲାପାଳଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି।


ଏହାର ପ୍ରତିକାର ସ୍ୱରୂପ ନୂଆପଡା ଜିଲ୍ଲପାଳ ସ୍ଵଧା ଦେବ ସିଂ ସମସ୍ତ ଅଭିଯୋଗକୁ ଉଚ୍ଚ ବିଭାଗୀୟ ସଚିବଙ୍କୁ ଜଣାଇବେ। ଏହା ସହ ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ ଉଠେଇବା ପାଈଁ ଜିଲ୍ଲପାଳ ପ୍ରତିଶୃତି ଦେଇଥିଲେ। ସାଂସଦ ପଣ୍ଡା ଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶନ୍ନ ପାଢ଼ୀ, ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର, ଏସ.ସି. ମୋର୍ଚା ରାଜ୍ୟ ଉପସଭାପତି ମନିଜର ଆର୍ଯ୍ୟ, ଯୁବ ମୋର୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରାତ୍ରା ନନ୍ଦ ମନହିରା, ଉପ ସଭାପତି ଦିଲୀପ ନିର୍ମଲକର, ଗୋଲଡି ଅଗ୍ରୱାଲ, ସମ୍ପାଦକ ଭଗତ ସିଂ, ମହିଳା ମୋର୍ଚା ଜିଲ୍ଲା ସଭାନେତ୍ରୀ ତାରେଶ୍ବରୀ ସାହୁ, ଭୁବନେଶ୍ୱରୀ ଦଣ୍ଡସେନା, ନଗର ମଣ୍ଡଳ ସଭାପତି ବିଜୟ ଚନ୍ଦ୍ରାପାଲ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in