ବିଜେପି ପକ୍ଷରୁ ମଣ୍ଡି ସାମ୍ନାରେ ଗଣ ବିକ୍ଷୋଭ


କଳାହାଣ୍ଡି/କୋକସରା: ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଶୁକ୍ରବାର ସାରା ରାଜ୍ୟରେ ବିଜେପି ପକ୍ଷରୁ ବିଭିନ୍ନ ମଣ୍ଡି ସାମ୍ନାରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଗଣ ବିକ୍ଷୋଭ ଜାରି ରହିଛି। ଏହି କ୍ରମରେ କୋକସରା ଓ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ମଧ୍ୟ ମଣ୍ଡି ସାମ୍ନାରେ ଗଣ ବିକ୍ଷୋଭ କରାଯାଇଛି। ଆମପାଣି ମଣ୍ଡଳ ବିଜେପି ସଭାପତି ଅର୍ଜୁନ ଭାଟିଙ୍କ ନେତୃତ୍ବରେ କାଉଡୋଲା ଧାନ ମଣ୍ଡି ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି। ଦାବି ରହିଛି ଯେ, ମଣ୍ଡିର ପଡିରହିଥିବା ଧାନକୁ ଶିଘ୍ର ଉଠାଣ କରାଯାଉ, କଟନି ଛଟନି ବନ୍ଦ କରାଯାଉ ଭଲି ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଦାବି କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ମଣ୍ଡି ସମସ୍ୟା ସମାଧାନ ହୋଇ ପାରିନାହିଁ ସେ ପର୍ଯ୍ୟନ୍ତ ଗଣ ବିକ୍ଷୋଭ ଜାରି ରହିବ।

ସେହିପରି ଭିବରେ କୋକସରା ମଣ୍ଡଳ ବିଜେପି ସଂପାଦକ ତ୍ରିନାଥ ଶବରଙ୍କ ନେତୃତ୍ବରେ ଟେମରା ମଣ୍ଡି ସାମ୍ନାରେ ବିକ୍ଷୋଭ ଜାରି ରହିଛି। ଆମପାଣି ଠାରେ ଜାରି ରହିଥିବା ଗଣ ବିକ୍ଷୋଭରେ ଆମପାଣି ମଣ୍ଡଳ ସଂପାଦକ ମଧୁବନ ପାତ୍ର, ଉପ-ସଭାପତି ଚକ୍ରଧର ବେଶ୍ରା, ବିଜେପି ଜିଲ୍ଲା ପ୍ରତିନିଧି, କାମଦେବ ମାଝି, କୃଷ୍ଣଚନ୍ଦ୍ର ନାଏକ, କୋକସରା ଠାରେ ଗୋପାଳ ଚନ୍ଦ୍ର ଅଗ୍ରୱାଲ, ବିନୋଦ ନାଏକ, ବସନ୍ତ ନାଗ, ମୋତିଲାଲ ନାଏକ, ମିନିକେତନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।