ଅଭିଯୋଗ ଆଣିଲା ନୂଆପଡା ବିଜୁ ଯୁବ ବାହିନୀ

” ସପ୍ତାହେ ହେଲା, ୬୭ ଟି ଗାଡିର ଭଡା ଦେଇ ନାହାନ୍ତି “

ନୂଆପଡା,୩୧/୧: ବିଜୁ ଯୁବ ବାହିନୀର ବଲାଂଗିର ଯୁବ ସମାବେଶକୁ ନୂଆପଡାରୁ ଯାଇ ଥିବା ଚାରି ଚକିଆ ଯାନର ଭଡା ଟଙ୍କା ଦିଆ ହୋଇ ନାହିଁ । ଭଡା ଟଙ୍କା ପାଇବା ପାଇଁ ଗାଡି ମାଲିକ ମାନେ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ମାନଙ୍କୁ ବାରମ୍ବାର ଫୋନ ଓ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି । ଏଥିପାଇଁ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ନାହିଁ ନଥିବା ଅସୁବିଧା ଓ ହଇରାଣ ହରକତ ହେଉଛନ୍ତି । ନୂଆପଡା ରୁ ୬୭ ଟି ଚାରି ଚକିଆ ଯାନରେ ବିଜୁ ଯୁବ ବାହିନୀର ନୂଆପଡା କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବଲାଂଗିର ଯୁବ ସମାବେଶ କୁ ଯାଇ ଥିଲେ । ସେଠାକୁ ଯିବା ପାଇଁ ବିଜୁ ଯୁବ ବାହିନୀର ପ୍ରତ୍ୟେକ ସଦସ୍ୟଙ୍କୁ ଜଣ ପିଛା ୨୦୦ ଟଙ୍କା ଦିଆ ହେବ ବୋଲି କାର୍ଯ୍ୟକର୍ତାଙ୍କୁ କୁହା ହୋଇ ଥିଲା । ବିଜୁ ଯୁବ ବାହିନୀ ର କାର୍ଯ୍ୟକର୍ତା ସେଠାରେ ଖାଇବାକୁ ଯାଇ ଦେଖିଲେ ଯେ ଖାଇବା ଦୁର୍ଗନ୍ଧ ହେଉଛି ସେହି ଖାଦ୍ୟ ଭୋଜନ ଅନୁପଯୁକ୍ତ । ତେଣୁ ସେମାନଙ୍କ ମଧ୍ୟରୁ ଅନେକ ଖାଲି ପେଟ ରହିଲେ ଓ କିଛି ଜଣ ନିଜ ହାତରୁ ଖର୍ଚ୍ଚ କରି ଯୁବ ସମାବେଶରେ ଯୋଗଦାନ କଲେ ବୋଲି ଅଭିଯୋଗ ଆସିଛି । ସେହି ଦିନ ଖାଇବାର ଅବ୍ୟବସ୍ଥା କୁ ଜଣାଇବା ପାଇଁ ଜିଲ୍ଲାପାଳ ମହୋଦୟ, ପ୍ରକଳ୍ପ ନିର୍ଦେଶକ, ବିଡିଓ ନୂଆପଡା ପ୍ରମୂଖଙ୍କୁ ଫୋନ ରେ ଯୋଗାଯୋଗ କରି ଥିଲେ କିନ୍ତୁ କେହି ମଧ୍ୟ କିଛି ସୁବିଧା ଯୋଗାଇ ପାରିଲେ ନାହିଁ । ଏମିତି କିଛି ସଂଗୀନ ଅଭିଯୋଗ ବାଢିଛି ନୂଆପଡା ବିଜୁ ଯୁବ ବାହିନୀ । ବଲାଙ୍ଗୀର ଯୁବ ସମାବେଶ କୁ ନୂଆପଡା ଜିଲ୍ଲା ର ୫ ଟି ବ୍ଲକ ରୁ ଚାରି ହଜାର ବିଜୁ ଯୁବ ବାହିନୀ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଯାଇଥିବା ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟଯେ ଏକ ଦାଇତ୍ବ ସଂପନ୍ନ ଗଣମାଧ୍ୟମ ଭାବେ ଓଡିଆ ବାର୍ତ୍ତା ବଲାଂଗିର ବିଜୁ ଯୁବ ସମାବେଶରେ କଞ୍ଚା ମାଂସ ଚୋରିର ଦୃଷ୍ୟମାନ ଖବର ପ୍ରଥମେ ପରିବେଷଣ କରିଥିଲା ।

ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନୂଆପଡା ବିଡିଓଙ୍କୁ ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ଦାଇତ୍ୱ ଦିଆ ହୋଇ ଥିଲା । କିନ୍ତୁ ୭ ଦିନ ବିତି ଯାଇଥିଲେ ମଧ୍ୟ ବିଡିଓ ମହୋଦୟ ଗାଡି ଭଡା ଓ ଅନ୍ୟାନ୍ୟ ଖର୍ଚ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତାଙ୍କୁ ପ୍ରଦାନ କରିପାରି ନାହାନ୍ତି ।

ନୂଆପଡାରୁ ମହେନ୍ଦ୍ର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.