ବିଜୁ ଛାତ୍ର ଜନତା ଦଳର ଡିଜିଟାଲ ଓ୍ବାର୍କସପ


କଳାହାଣ୍ଡି, (କ୍ଷମାନିଧି ମହାକୁଡ): ଭବାନୀପାଟଣା ବିଜେଡି କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ଡିଜିଟାଲ ୱାର୍କସପ ଅନୁଷ୍ଠିତ ହୋଇଯାଇଛି।ଡିଜିଟାଲ ଡ୍ରାଇଭ ମେମ୍ବରସିପ କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରିବା ପାଇଁଁ ଜିଲ୍ଲା ଛାତ୍ର ବିଜେଡିର ସମସ୍ତ ବ୍ଲକ/ଟାଉନ ସଭାପତି ଓ ଆଇଟି ସଂଯୋଜକ ମାନଙ୍କୁ ନେଇ ଏହି ୱାର୍କସପ ଆୟୋଜିତ ହୋଇଥିଲା।


ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡିଜିଟାଲ ଡ୍ରାଇଭ ମେମ୍ବରସିପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଛାତ୍ରନେତା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।


କାର୍ଯ୍ୟକ୍ରମ ଆରମ୍ଭରେ ପୂର୍ବତନ ସେନା କର୍ମଚାରୀ ତଥା ବିଜେଡି ଯୁବନେତା ଶ୍ୟାମ ପଣ୍ଡାଙ୍କ ଦୁର୍ଘଟଣା ଜନିତ ବିୟୋଗ ହୋଇଥିବାରୁ ତାଙ୍କ ପ୍ରତି ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶକ୍ତି,ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଜୁ ଛାତ୍ର ଜନତା ଦଳରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନନ୍ଦ, ବିଜେଡି ଉପସଭାପତି ଜିତେନ୍ଦ୍ର ମହାନ୍ତି , ପ୍ରଦୀପ ମୁଣ୍ଡ, ଯୁବ ନେତା ଦିନେଶ ବଗର୍ତ୍ତି, ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ରବି ପଟ୍ଟନାୟକ , ଜିଲ୍ଲା ବିଜେଡି ଆଇଟି ସେଲ ସଂଯୋଜକ ସତ୍ୟବ୍ରତ ଦାସ ପ୍ରମୁଖ ଯୋଗ ଦେଇଥିଲେ।


ଜିଲ୍ଲା ଛାତ୍ର ବିଜେଡି ଆଇଟି ସେଲ ସଂଯୋଜକ କିରଣ କୁମାର ପ୍ରଧାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିକାଶ ରଞ୍ଜନ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।