ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ବଲାଂଗିର,୩୧/୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପାଟଣାଗଡ କୋର୍ଟରେ ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଦାଖଲ ହୋଇଥିବା ୩୭୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍‌ରେ ସାଇଣ୍ଟିଫିକ୍, ଫୋରେନସିକ ଭଳି ଏକାଧିକ ରିପୋର୍ଟ ସଂଲଗ୍ନ ହୋଇଛି । ଏହାସହ ୨ କୋରିଅର କମ୍ପାନି ମାଲିକ ପୁଞ୍ଜିଲାଲକୁ ଚିହ୍ନିଥିବା ଉଲ୍ଲେଖ ରହିଥିବା ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟଯେ ୨୦୧୮ ଫେବୃଆରୀ ୨୩ତାରିଖରେ ପାଟଣାଗଡରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ନବ ବିବାହିତ ସୌମ୍ୟଶେଖର ଓ ରିମାଙ୍କ ଜୀବନରେ କଳା ବାଦଳ ଢାଂକିଦେଲ। ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ । ସୌମ୍ୟଶେଖର ଓ ତାଙ୍କ ଜେଜେମା ଏହି ଘଟଣାରେ ମରଣ ମୁହଁରେ ପଡିଥିବା ବେଳେ ଗୁରୁତର ଆହତ ହୋଇଥିଲେ ରିମା । ସୌମ୍ୟଶେଖରଙ୍କ ମା ସଂଯୁକ୍ତାଙ୍କ ସହ ଚାକିରି କ୍ଷେତ୍ରରେ ବିବାଦ ଯୋଗୁଁ ଅଧ୍ୟାପକ ପୁଞ୍ଜିଲାଲ ରଚନା କରିଥିଲା ଏହି ବିରାଟ ଷଢଯନ୍ତ୍ର ।

ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.