ହକରଙ୍କ ବିଧବା ପତ୍ନୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ଲାଞ୍ଜିଗଡ ପ୍ରେସ୍ କ୍ଲବ

ଲାଞ୍ଜିଗଡ଼,୩୧/୧: ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଦୀର୍ଘ ବର୍ଷ ଧରି ଖବରକାଗଜ ବିତରଣ କରୁଥିବା ଉପେନ୍ଦ୍ର ପାତ୍ରଙ୍କ ଦୁଃଖଦ ବିୟୋଗ ପରେ ସହାୟତାର ହାତ ବଢାଇଛି ଲାଞ୍ଜିଗଡ଼ ପ୍ରେସ୍ କ୍ଲବ । ଆଜି ପ୍ରେସ୍ କ୍ଲବ ପକ୍ଷରୁ ସଭାପତି କୈଳାସ ସାହୁ, ଉପସଭାପତି ବି. ତ୍ରିପତି ପାତ୍ର, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍ ଚନ୍ଦ୍ରଶେଖର, କ୍ଷମାନିଧି ମହାକୁଡ଼, ଗୋପାଳଦାସ ମହାନନ୍ଦ ଓ ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ବିଧବା ପତ୍ନୀ ମେନକା ପାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ଲାଞ୍ଜିଗଡ ବ୍ଲକ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ଉପସ୍ଥିତ ରହି ପ୍ରେସ୍ କ୍ଲବର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଏତାଦୃଶ କାର୍ଯ୍ୟଧାରାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

ଲାଞ୍ଜିଗଡରୁ ଗୋପାଳଦାସ ମହାନନ୍ଦଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.