ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ବର,୩୧/୧: ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଫେବୃଆରୀ ୬ରେ ଭବାନିପାଟଣା ଓ ରାଉଲକେଲା ସଭାରେ ଯୋଗ ଦେବାସହ କର୍ମି ମାନଙ୍କ ସହ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିବେ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ।

ଗତ ୨୫ ତାରିଖରେ ରାହୁଲ ଓଡ଼ିଶା ଆସିଥିବା ବେଳେ ଫେବୃଆରୀ ୬ ତାରିଖରେ ପୁଣିଥରେ ଓଡିଶା ଆସୁଛନ୍ତି । ରାହୁଲ ପ୍ରଥମେ ଭବାନିପାଟଣା ଓ ପରେ ରାଉଲକେଲା ଯାଇ ଉପସ୍ଥିତ ଥିବା ଜନ ସମୁଦାୟ ତଥା କର୍ମି ମାନଙ୍କୁ ସମ୍ବୋଧିତ କରିବେ । ଗତ ୨୫ ତାରିଖ ଗସ୍ତରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଜୋର ବର୍ଷିଥିଲେ । ରାହୁଲଙ୍କ ଓଜନ୍ବସୀ ଭାଷଣରେ ନବ ଜୀବନ ଲାଭ କରିଥିବା ପ୍ରଦେଶ କଂଗ୍ରେସ ତାଙ୍କର ଆଗାମୀ ଗସ୍ତକୁ ନେଇ ବେଶ ଉତ୍ସାହିତ ହୋଇପଡିଛି ।

୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ରାଷ୍ଟ୍ରିୟ ସ୍ଥରର ଦଳ ମାନଙ୍କ ଦୃଷ୍ଟି  ଓଡିଶା ଉପରେ କେନ୍ଦ୍ରିଭୂତ ହୋଇଛି । ବିଜେପିର କେନ୍ଦ୍ରିୟ ନେତାମାନେ ତୁହାକୁ ତୁହା ଓଡିଶା ଗସ୍ତରେ ଆସୁଥିବାବେଳେ ବିଜେଡି ପୁଣି କ୍ଷମତାରେ ରହିବାପାଇଁ ପ୍ରୟାସ ଜାରି ରଖିଛି । ଏପରି କ୍ଷେତ୍ରରେ କଂଗ୍ରେସ ଟିକେ ପଛରେ ପଡି ଯାଇଥିବା  ଆଲୋଚନା ହେଉଛି ।

ଓଡିଶାରେ କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଏଥର ଶାସନକୁ ଆସିବାକୁ ରଣନୀତି ଆରମ୍ଭ କରିଦେଇଛି । ଦଳୀୟ କର୍ମି ମାନଙ୍କ ମନରେ ନୂତନ ଆଶାର କିରଣ ବିଞ୍ଛିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ଦଳର ତୁଙ୍ଗ ନେତୃବୃନ୍ଦ ଏହି ପରିପ୍ରେକ୍ଷିରେ ରାହୁଲଙ୍କ ଓଡିଶା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୂଚନା ଦେଇଛନ୍ତି ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.