ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର

ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଭର୍ଚୁଆଲ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥରର ଆଲୋଚନାର ପ୍ରସଙ୍ଗ ଥିଲା “ଆମ ଭାଷା, ସାହିତ୍ୟ, କଳା, ସଂସ୍କୃତି ବିଶ୍ୱ ସ୍ତରରେ ସର୍ବଜନାଦୃତ ହେଉ।” ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପର ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ପରିବାରର ଆଭିମୁଖ୍ୟ, ସମ୍ପାଦକୀୟ ବିବରଣୀ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପାଲାଗାୟକ ଶ୍ରୀଯୁକ୍ତ ଗଗନ ବିହାରୀ ସିଂହ ତାଙ୍କର ଦୀକ୍ଷାନ୍ତ ଭାଷଣରେ ବୃକ୍ଷରୋପଣ ସହ ଆଗାମୀ ସମୟରେ ଓଡ଼ିଶାର କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ବିଶ୍ଵସ୍ତରରେ ପହଞ୍ଚେଇବାକୁ ସମସ୍ତେ ଆଗେଇ ଆସିବା ସହ ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।


ସାରା ଭାରତ ନୁହେଁ ପୃଥିବୀର ବିଭିନ୍ନ ସ୍ଥାନରେ ପାଲା ମାଧ୍ୟମରେ ଓଡ଼ିଶାର ମହାନ୍ ସାହିତ୍ୟ, ସଂସ୍କୃତି, କଳା, ଐତିହ୍ୟକୁ ସର୍ବସମ୍ମୁଖରେ ସୁନ୍ଦର ଭାବରେ ବଖାଣି ସର୍ବଜନାଦୃତ କରିପାରୁଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସିଂହ କହିଥିଲେ। ସାମାନ୍ୟ ଚିନ୍ତାଧାରା ବି ବିରାଟ ପରିବର୍ତ୍ତନ କରିପାରେ ଏବଂ ମହତ୍ ଉଦ୍ଦେଶ୍ୟ ନେଇ କର୍ମ କଲେ ବହୁତ ଭଲ କାମ ହୋଇପାରେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ସମ୍ପାଦିକା ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ତଥା ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ । ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ଏବଂ ବଡ଼ଭାଇ ବିଶ୍ଵେଶ୍ଵର ମାଝୀଙ୍କର ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।


ଉକ୍ତ ସାନ୍ଧ୍ୟ ଆସରରେ ଯାଜପୁର ବିନୋଦିନୀ ଦାଶ,ସନ୍ତୋଷ ପରିଡ଼ା, ବିଦ୍ୟୁତ ପ୍ରଭା ମିଶ୍ର, ବିନୟ କୁମାର ମହାପାତ୍ର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ଗଞ୍ଜାମରୁ ଗଗନ କୁମାର ଦାସ, ବେଲପଡା ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, ନିତ୍ୟାନନ୍ଦ ସାହୁ, କପିଲ ଚରଣ ପ୍ରଧାନ, କଟକରୁ ସଞ୍ଜୟ ସାହୁ, ମୟୂରଭଞ୍ଜ ରୁ ଧିରେନ ବାଗ୍, ପ୍ରଶାନ୍ତ କୁମାର ନାଗ୍, ଘାନାରୁ ତପନ କୁମାର ପଣ୍ଡା, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ ବସନ୍ତ କୁମାର ସାହୁ, ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ରେଖା ମହାପାତ୍ର, ଅନୁଗୁଳରୁ ନନ୍ଦନୀ ରାଉତ, ଜଗତସିଂହପୁରରୁ ବିଷ୍ଣୁପ୍ରିୟା ମିଶ୍ର,ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ସମର ବଲ୍ଲଭ ଭୋଇ,ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ନବରଙ୍ଗପୁରରୁ ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ଜଗନ୍ନାଥ ବାରିକ, ପୁନେରୁ ନିର୍ମଳ ନାୟକ ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ବିଭିନ୍ନ ସ୍ଥାନରୁ ରଜୀତ ଦାସ, ଚିତ୍ରା ସାହୁ, ଜଗଦୀଶ ସାହୁ, ପ୍ରମିଳା ପାଣି, ଜିତେନ୍ଦ୍ରିୟ ସାହୁ, ବନଲତା ଜାଲି, କଳ୍ପନା ରାୟ, ସୌମ୍ୟରଞ୍ଜନ ମହାପାତ୍ର, କୈଳାସ ଚନ୍ଦ୍ର ବେହେରା, ହରେକୃଷ୍ଣ ଦାସ, ଜିତେନ୍ଦ୍ରିୟ ସାହୁ ପ୍ରମୁଖ କବି କବୟତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ନନ୍ଦିନୀ ରାଉତଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.