କୁରୁମପୁରୀରେ ଉଦଘାଟିତ ହେଲା ବିଜେଡିର ନୂତନ କାର୍ଯ୍ୟାଳୟ


ନୂଆପଡା: କୋମନା ବ୍ଲକ ଜୋନ ନମ୍ବର ୨ରେ ଚଳିତ ମାସ ପେବୃଆରୀ ୨୪ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ବିଜେଡି ଅବନି ରଞ୍ଜନ ଯୋଶୀଙ୍କୁ ତା’ର ପ୍ରାର୍ଥୀ ଘୋଷଣା କରିଛି।ତେବେ ପୂର୍ବରୁ ବି ଏହି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ।

ବର୍ତମାନ ବିଜେଡି ତା’ର ବିଜୟକୁ ବଜାଏ ରଖିବାକୁ ଉଦ୍ୟମ ଆରମ୍ଭ କରିଛି। ନିର୍ବାଚନକୁ ଦୃଷ୍ଟିରେ କୁରୁମପୁରୀ ଠାରେ ବିଜେଡି ତା’ର ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛି। ଆଗାମୀ ନିର୍ବାଚନରେ ପାର୍ଟିର ବିଭିନ୍ନ କାର୍ଯ୍ୟର ସୁପରିଚାଳନ ପାଇଁ କାର୍ଯ୍ୟାଳୟ ବିଶେଷ ସହାୟକ ହେବ।


ଏହି ଉଦ୍ଘାଟନୀ ଉତ୍ସବରେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ସଭାପତି ମନୋଜ ମିଶ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ (ଗ୍ରାମ୍ୟ ବିକାଶ ) ତଥା ଜିଲ୍ଲା ପରିଷଦ ଜୋନ ୨ ପ୍ରାର୍ଥୀ ଅବନୀ ଯୋଶୀ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା (ଟିଟୁ ), ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଯୁବ ନେତା କାର୍ତିକ ଦୀପ, ସୁଧୀର ମିଶ୍ର, ନିଶାନ୍ତ ଡ଼ାଗା, କାଳିଆ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କାଞ୍ଚନ ବେନ ରସିକ ଲାଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ଥାନୀୟ କୋମନା ବ୍ଲକ ର କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଫଳ ବାକ୍ସ ବିତରଣ ମଧ୍ୟ କରାଯାଇଥିଲା।