ଭାରତୀୟ ଜ୍ୟୋତିଷ ଏବଂ ବାସ୍ତୁ ଗବେଷଣା କେନ୍ଦ୍ର ପକ୍ଷରୁ ଜାତୀୟ ସ୍ତରୀୟ ଜ୍ୟୋତିଷ ଏବଂ ବାସ୍ତୁ ସମ୍ମିଳନ


ଜ୍ୟୋତିଷ ପରାଶର ସମ୍ମାନରେ ଭୁଷିତ ହେଲେ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ

ଭୁନେଶ୍ୱର: ଭୁବନେଶ୍ଵର ସ୍ଥିତ ଭାରତୀୟ ଜ୍ୟୋତିଷ ଏବଂ ବାସ୍ତୁ ଗବେଷଣା କେନ୍ଦ୍ର ତରଫରୁ ୪ର୍ଥ ଜାତୀୟ ସ୍ତରୀୟ ଜ୍ୟୋତିଷ ଏବଂ ବାସ୍ତୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରର ହୋଟେଲ୍ ଏକ୍ସିଲେନସି ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ବିଶିଷ୍ଟ ପଣ୍ଡିତ, ବିଦ୍ୱାନ, ଜ୍ୟୋତିର୍ବିଦ ଓ ବାସ୍ତୁବିଦ୍ ମାନେ ଉପସ୍ଥିତ ଥିଲେ। 

ଏହି ସଭାରେ ମୁଖ୍ୟ ଅତିଥି ଭାବେ କେରଳର ଜ୍ୟୋତିର୍ବିଦ କେ. ଦିବାକରନ, ସମ୍ମାନୀତ ଅତିଥି ଭାବେ କଲିକତାର ଜ୍ୟୋତିଷ ସମ୍ରାଟ ପି. ଆର୍. ହଲଦାର, ପୂର୍ବତନ ସାଂସଦ ଡ଼ଃ. ପ୍ରସନ୍ନ ପାଟ୍ଟଶାଣୀ, ସୁର ରାଉତରାୟ ଏବଂ ଅସିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଡ଼ଃ. ପିୟୁଷ ପିପାସୁ ଦାସଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ ସମ୍ମିଳନୀ ୪ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଅଛି। ଏହି ଆଲୋଚନା ଚକ୍ର / ସମ୍ମିଳନୀରେ ପାଖାପାଖି ୧୮୦ ଜଣ ଜ୍ୟୋତିର୍ବିଦ ଏବଂ ବାସ୍ତୁବିଦ ଅଂଶଗ୍ରହଣ କରିଥିଲେ। ୨ ଦିନ ଧରି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ୫ଟି ବିଷୟକୁ ନେଇ ଆଲୋଚନା ହୋଇଥିଲା। ଜ୍ୟୋତିଷ ଶାସ୍ତ୍ରରେ ଜଗନ୍ନାଥ ଆଚାର୍ଯ୍ୟଙ୍କ ଦୀର୍ଘ ୫ ବର୍ଷ ଧରି ଅଭିଜ୍ଞତା ରହିଅଛି ତେଣୁ ଏହି ସମ୍ମିଳନୀରେ ଯୁବ ଜ୍ୟୋତିର୍ବିଦ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟଙ୍କୁ ”ଜ୍ୟୋତିଷ ପରାଶର ସମ୍ମାନ” ରେ ସମ୍ମାନିତ କରାଯାଇଥିଲା।