ମଣ୍ଡି ମାନଙ୍କରୁ ଧାନ ଉଠାଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପିର ଦାବିପତ୍ର


କୋକସରା, (ହିରଣ୍ୟ ବେହେରା): କେତେବେଳେ ରୋଗ ପୋକ କେତେବେଳେ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତି ସହୁଥିବା ବେଳେ ଏବେ ନିଜ କଷ୍ଟ ଉପାର୍ଜିତ ଧାନ କୁ ମଣ୍ଡି ରେ ବିକି ଦୁଇପଇସାଉପାର୍ଜନ ଆଶା ରଖି ଥିବାବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଧାନର ଉତ୍ପାଦନ ଯେତିକି ବୃଦ୍ଧି ପାଇବାରେ ଲାଗିଛି ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ପାଇଁ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ମଣ୍ଡିରେ ଟାର୍ଗେଟ ଅଭାବରୁ ଆଜିକୁ ମାସେ ହେବ ଚାଷୀ ଶୀତ କାକର ରେ ମଣ୍ଡିରେ ଧାନ ରଖି କେବେ ଟାର୍ଗେଟ ଆସିବ ଦିନ ଗଣୁଛି। ଏନେଇ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଲେ ମଧ୍ୟ ପ୍ରଶାସନ କିମ୍ବା ରାଜ୍ୟ ସରକାର ଚାଷୀଙ୍କ ଦୁଃଖ ବୁଝୁନାହାନ୍ତି।


ମଣ୍ଡି ମାନଙ୍କରୁ ଧାନ ଉଠାଣ ଦାବିକୁ ନେଇ ବିଜେପି ପକ୍ଷରୁ ତିନିଦିନ ହେଲା ବିଭିନ୍ନ ମଣ୍ଡିରେ ଆନ୍ଦୋଳନ ଜାରି ରଖିଛି। ତଥାପି ଏହି ସମସ୍ୟାର ସମାଧାନ ନ ହେବାରୁ ଆଜି କୋକସରା ବ୍ଲକ ବିଜେପିର ଏକ ପ୍ରତିନିଧି ଦଳ କୋକସରା ବିଡ଼ିଓଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ମାଧ୍ୟ୍ୟମରେ ଚାଷୀଙ୍କ ଦୁଃଖ ଜଣାଇବା ସହ ମଣ୍ଡି ରୁ ଶୀଘ୍ର ଧାନ ଉଠାଇବାକୁ ଦାବି କରିଛନ୍ତି। ଦାବି ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଅମୋଜ ପଣ୍ଡା, ଘନଶ୍ୟାମ ନାଏକ, ତ୍ରିନାଥ ଶବର, ମଧୁବନ ପାତ୍ର, ତ୍ରିନାଥ ବାଗ, ଅର୍ଜୁନ ଭାଟି ସମେତ ଅନ୍ୟ କର୍ମକର୍ତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।