କର୍ଲାମୁଣ୍ଡା ଓ ରିଷିଡା ମଣ୍ଡିରେ ପଡି ରହିଛି ୧୫ ହଜାରରୁ ଅଧିକ କୁଇଣ୍ଟାଲ ଧାନ

ଟାର୍ଗେଟ ନାହିଁ, ତେଣେ ଟୋକନ ଅଚଳ, ଚିନ୍ତାରେ ଚାଷୀ

କଳାହାଣ୍ଡି, (ନରୋତ୍ତମ ସେଲମା): ଦିନେ ନୁହେଁ କି ଦୁଇ ଦିନ ନୁହେଁ, ସପ୍ତାହ ସପ୍ତାହ ଧରି ମଣ୍ଡିରେ ଧାନ ପକାଇ ଜଗିରହିଛି ଚାଷୀ । ଟୋକନ ପାଇବା ପରେ ଧାନ ନେଇ ମଣ୍ଡିରେ ଏଂଟ୍ରି କରିବାପରେ ବି ଦିନ ଦିନ ଧରି ଅପେକ୍ଷା କରି ରହିଛି ଚାଷୀ । ଶୀତ କାକରରେ ରାତି ପରେ ରାତି ବିତୁଛି ସିନା ହେଲେ ଧାନ ଉଠିବାର ନାଁ ଧରୁନି । ଏଣେ ଟାର୍ଗେଟ ନ ଥିବା ଆଳରେ ମିଲର୍ସ ହାତ ବାନ୍ଧି ବସି ରହିଛି । ସ୍ୱଳ୍ପ ଟାର୍ଗେଟ ଥିଲେ ଗୋଟିଏ ଅଧେ ଗାଡି ପଠାଇ ଧାନ ନେଉଛନ୍ତି । ପ୍ରଶାସନ ଟାର୍ଗେଟ ବୃଦ୍ଧି କରିପାରୁ ନାହିଁ କି ଧାନ ଉଠାଇବାର ବ୍ୟବସ୍ଥା କରୁନାହିଁ । ଡିସେମ୍ବର ମାସ ପର୍ଯ୍ୟନ୍ତ ସୁରୁଖୁରୁ ରେ ଧାନ ଉଠୁଥିଲା । ଜାନୁଆରୀ ଠାରେ ଅତ୍ୟନ୍ତ ଧୂମା ଗତିରେ ଚାଳିଛି ମଣ୍ଡି । ଏଥର ଅନଲାଇନ ଟୋକନ ଯୋଜନା ହେବାପରେ ଠିକ ସମୟରେ ଧାନ ଉଠିବ ବୋଲି ସମସ୍ତେ ଆଶାବାଦୀ ଥିଲେ କିନ୍ତୁ କାଳ ହୋଇଛି ଯୋଜନା । ଯାହାର ଟୋକନ ଜାନୁଆରୀ ଦ୍ୱିତୀୟପକ୍ଷ କିମ୍ବା ଫେବୃଆରୀରେ ଥିଲା ତନ୍ମଧ୍ୟରୁ କିଛି ଚାଷୀ ଟୋକନ ପାଇ ଧାନ ପକାଉଥିଲେ ମଧ୍ୟ ଧାନ ଉଠୁନି । ଏଣେ ୫ ତାରିଖ ଠାରୁ ରିଷିଡା ମଣ୍ଡିରେ ଦିଆଯାଇଥିବା ଟୋକନ ଅଚଳ ହୋଇଥିବା ଅଭିଯୋଗ ହେଉଛି । ଆଜି ସୁଦ୍ଧା ଏଇ ବ୍ଳକର କର୍ଲାମୁଣ୍ଡା ମଣ୍ଡିରେ ୯୪୦୦ କୁଇଂଟାଳ ଧାନ ଓ ରିଷିଡା ମଣ୍ଡିରେ ୬୩୦୦ କୁଇଂଟାଳ ଧାନ ପଡିରହିଛି । ପାଖାପାଖି ୨୫୦ ରୁ ଅଧିକ ଚାଷୀ ଙ୍କ ଧାନ ପଡିରଡିଛି ମଣ୍ଡିରେ । ଯେଉଁମାନେ ଧାନ ପକାଇଛନ୍ତି ଯଦି ତାଙ୍କର ଟୋକନ ଅଚଳ ହୁଏ ବା ଧାନ ନ ଉଠେ, ତେବେ ସେମାନେ କର କରିବେ ବୋଲି ପ୍ରଶ୍ନ ଉଠୁଛି । ରାତି ଦିନ ଜଗି ରହି କଣ ଶେଷରେ ଏମିତି ଫଳ ମକ୍ଟମକ୍ଟବ କି ବୋଲି ଆଶଙ୍କା ଦେଖାଦେଇଛି । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଉ ନାହିଁ । ତହସିଲଦାର, ଯୋଗାଣନିରୀକ୍ଷକ ବାରମ୍ବାର ମଣ୍ଡି ପରିଦର୍ଶନ କଲେ ମଧ୍ୟ କୌଣସି ଆଖି ଦୃଶିଆ ଉନ୍ନତି ଦେଖାଯାଉନାହିଁ । ଏଣେ ବିଜେପି ପକ୍ଷରୁ ମଣ୍ଡି ଘେରାଉ ଚାଲିଥିଲେ ମଧ୍ୟ ପ୍ରଶାସନ ଆଖିବୁଜି ଦେଇଛି । ଚିନ୍ତିତ ଚାଷୀ ଏବେ କଣ କରିବ, ସେ ନେଇ ମାନବିକ ଅବସାଦରେ ରହୁଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.