କଳାହାଣ୍ଡି,୩୧/୧: ମ.ରାମପୁର ନିକଟସ୍ଥ ଅନ୍ଧାରିବୋରେଇ ଠାରେ ଛାତ୍ର ବିଜେଡ଼ିର ଏକ ତାଲିମ କାର୍ଯ୍ୟକ୍ରମ ଛାତ୍ରନେତା ଚିରାଗ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ସଂପାଦକ ତାପସ କୁମାର ମିଶ୍ର, ବିବେକ କୁମାର ସ୍ୱାଇଁ ଙ୍କ ସମେତ ଅନ୍ୟମାନେ ଯୋଗଦେଇ ଉପସ୍ଥିତ ଶତାଧିକ ଛାତ୍ରଙ୍କୁ ତାଲିମ ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଂଚାଇବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକର ସମସ୍ତ ପଂଚାୟତରୁ ଶତାଧିକ ଯୁବକ ଯୋଗ ଦେଇଥିବା ବେଳେ ତ୍ରୈଲୋକ୍ୟ ନାୟକ(ମୁନା),ବଳରାମ ମହାଖୁଡ଼, କାହ୍ନୁଚରଣ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in