ମା ମାଉଲି ଫୁଟବଲ ଟୁର୍ନାମେଣ୍ଟ, ଭେଜିଗୁଡା ଚମ୍ପିୟାନ


କୋକସରା,(ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛିଲିପାମାଳ ମା ମାଉଲି ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଫୁଟବଲ ଟୁର୍ନାମେଣ୍ଟରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମା ମାଉଲି ଫୁଟବଲ କ୍ଳବ ଛିଲିପାମାଳ ଏକାଦଶ ଓ ଭେଜିଗୁଡା ଏକାଦଶ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ ରେ ଭେଜିଗୁଡା ଏକାଦଶ ୧-୦ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।


ଏହି ରୋମାଞ୍ଚ ଭରା ଫୁଟବଲ ଟୁର୍ନାମେଣ୍ଟ ରେ ଆଜିର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଶିଳ୍ପପତି ଜନାର୍ଦନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ।


ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂମ୍ମାନିତ ଅତିଥି , ଗଣେଶ ନନ୍ଦ, ନିର୍ମଳ ଜାଲ, ବିଜୟ ପଣ୍ଡା, ଯଦୁମଣି ହଂସ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ବଦ୍ରି ପଟ୍ଟନାୟକ ଯୋଗ ଦେଇ ଦର୍ଶକ ଓ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।


ଏହି ଖେଳର ପ୍ରତ୍ୟେକ୍ଷ ଦର୍ଶୀ ଧାରା ବିବରଣୀ କାର୍ତିକ ମାଝୀ ସୁନ୍ଦର ଭାବରେ ପରିବେଷଣ କରିଥିବା ବେଳେ ରେଫରୀ ନିର୍ମଳ ଦଣ୍ଡସେନା ଓ ଲାଇନ୍ସ ମେନ ଭାବରେ ଗଣପତି ପୂଝାରୀ , ପ୍ରେମଲାଲ ଭୋଇ ଖେଳ ପରିଚାଳନା କରିଥିଲେ। ମା ମାଉଲି ଯୁବ ଅନୁଷ୍ଠାନର ରାଧାକାନ୍ତ ହଂସ, ଦେବେନ୍ଦ୍ର ସାଗର, ମନୋଜ ନାଗ ଙ୍କ ସହ ସମସ୍ତ କର୍ମକର୍ତା ଓ ସଭ୍ୟ ବୃନ୍ଦ ସହଯୋଗ କରିଥିଲେ।