ନୂଆପଡା ଜୋନ-୨ ଜିଲ୍ଲା ପରିଷଦ ଉପ ନିର୍ବାଚନ: ବିଜେଡିର ଦୁଇ ମନ୍ତ୍ରୀଙ୍କ ହାଇ ଭୋଲ୍ଟେଜ ପ୍ରଚାର


ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ଜୋନ ନମ୍ବର -୨ ଜିଲ୍ଲା ପରିଷଦ ଉପ ନିର୍ବାଚନ ଚଳିତ ମାସ ୨୪ ତାରିଖରେ ଅନୁଷ୍ଠିତ ହେବାର ଅଛି। ଏ ନେଇ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୬ ତାରିଖରୁ ଭୋଟ ପାଇଁ ପ୍ରଚାର ପ୍ରସାର ଆରମ୍ଭ ହୋଇ ସାରିଛି। ଗୁରୁବାର ଉପ ନିର୍ବାଚନର ପ୍ରଚାର ପାଇଁ ବିଜେଡିର ୨ ଜଣ ମନ୍ତ୍ରୀ ନୂଆପଡା ଗ୍ରସ୍ତ କରିଛନ୍ତି।

ଗ୍ରାମ୍ୟ ବିକାଶ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଶକ୍ତି, ଶିଳ୍ପ, ଏନ.ଏସ.ଏମ.ଇ. ଓ ଅତିରିକ୍ତ ଗୃହ ମନ୍ତ୍ରୀ କେପଟେନ ଦିବ୍ୟ ଶଙ୍କର ମିଶ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ।

ମନ୍ତ୍ରୀ ସୁଶାନ୍ତ ସିଂ, ଜିଲ୍ଲା ପରିଷଦ ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଉପାଧ୍ୟାକ୍ଷ ଭାନୁ ମାଝୀ, ଜିଲ୍ଲା ସଭାପତି ମନୋଜ ମିଶ୍ର, ବରିଷ୍ଠ ନେତା କାର୍ତିକ ଦୀପ, ସୁଧୀର ମିଶ୍ର, ହେମନ୍ତ କର, କାଳିଆ ପ୍ରଧାନ ପ୍ରମୁଖ ଙ୍କ ସହିତ ଜୋନ ନମ୍ବର ୨ର ସେମେଲ ପାଲି, ଲରକି, ଗଣ୍ଡାମେର, କଣ୍ଟାପାଲି ଓ ଦାନଝୋଲା ଗାଁକୁ ଯାଇ ସେଠାରେ ନିର୍ବାଚନୀ ପ୍ରଚାର କରିଥିବା ବେଳେ ମନ୍ତ୍ରୀ କ୍ୟାପଟେନ ମିଶ୍ରଙ୍କ ସହିତ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା (ଟିଟୁ ), ବରିଷ୍ଠ ନେତା କ୍ଷିତୀଶ ବୋଧଙ୍କର,


ବିଧାୟକ ପ୍ରତିନିଧି ନିଶାନ୍ତ ଡ଼ାଗା ପ୍ରମୁଖ ଜୋନ ୨ର ମୁଣ୍ଡାପଲା, ବନକିମହୁଲ, ବଙ୍ଗୋମୁଣ୍ଡା, ଲଖନା ପୁରୁଣା ବସ୍ତି, ଠାକୁର ପାଲି, ଭୁରକା ଡୋଡ଼ା ଆଦି ଗାଁ ମାନଙ୍କରେ ବୁଲି ସାଧାରଣ ସଭା କରି ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ହାତ ମୁଠାକୁ ଟାଣ କରି ବିଜେଡିକୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ବିଜୟୀ କାରାଇଵା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in