କୋଲକାତା,୩୧/୧: ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ମାନହାନି ନୋଟିସ୍ ପଠାଇଛନ୍ତି ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ବିଜେପି ପ୍ରମାଣ କରୁ ଯେ ମମତା ତାଙ୍କ ପେଣ୍ଟିଂ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।
ଏଠାରେ ସୂଚନାଯୋଗ୍ୟଯେ କିଛି ଦିନ ତଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଚିଟଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସ ସମ୍ପୃକ୍ତ ଥିବା ଦର୍ଶାଇବା ସହ ଦିଦି ଭଲ ଚିତ୍ର ଆଙ୍କି ଜାଣିଛନ୍ତି ଯାହାକୁ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାରେ କିଣିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାର ଜବାବ ରଖି ମମତା ଉକ୍ତ ମାନହାନି ନୋଟିସ୍ ପଠାଇଥିବା ଜଣାପଡିଛି