ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା: ପ୍ରଥମ ଦିନରେ କଳାହାଣ୍ଡିକୁ ସିଲଭର ମେଡାଲ


କଟକ/କଳାହାଣ୍ଡି, (କ୍ଷମାନିଧି ମହାକୁଡ): ବାରବାଟୀ ଷ୍ଟାଡିୟମ ଠାରେ ୨୨ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଉଦ୍ଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ ୯ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି। ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ତୀରନ୍ଦାଜ ପ୍ରତିଯୋଗିତାର ପ୍ରଥମ ଦିନରେ ଅଣ୍ଡର ନାଇନର ୧୦ ମିଟରର ବ୍ୟବଧାନରେ କଳାହାଣ୍ଡିକୁ ସିଲଭର ମେଡାଲ ପ୍ରାପ୍ତ ହୋଇଛି। ଏହି ମେଡାଲ ପାଇବାର ସୈ।ଭାଗ୍ୟ ପ୍ରାପ୍ତ ହୋଇଛନ୍ତି ଡ଼ିଏଭି ବେଦାନ୍ତ ସ୍କୁଲର ଛାତ୍ର ରମିୟ ମାଝୀ।

ତୀରନ୍ଦାଜ କଳାହାଣ୍ଡି ଜିଲ୍ଲା କୋଚ୍ ଶୀମାଞ୍ଚଳ କାଟ୍ରାକା, ଟିମ୍ ମ୍ୟାନେଜର ଦୁଷ୍ମନ୍ତ ମାଝୀ ଓ ଜୟଲାଲ ଭୋଇଙ୍କ ସମେତ ଜିଲ୍ଲା ଆଥଲେଟିକ ଏସୋସିଏସନ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ବେଦାନ୍ତ ପରିଚାଳନା ମୁଖ୍ୟ ରାକେଶ ମୋହନ, ଲାଞ୍ଜିଗଡ ଏସଏସଡି ସ୍କୁଲ ଅଧ୍ୟକ୍ଷ ପାର୍ଥକ ତାଣ୍ଡି ଓ ଡିଏଭି ବେଦାନ୍ତ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା ରମିୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।