ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାର ପ୍ରଥମ ଓ ଦ୍ୱିତୀୟ ଦିନ: ଚମକିଲେ କଳାହାଣ୍ଡିଆ କ୍ରିଡାବିତ


କଳାହାଣ୍ଡିକୁ ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ

କଟକ/କଳାହାଣ୍ଡି, (କ୍ଷମାନିଧି ମହାକୁଡ): କଟକ ବାରବାଟୀ ଷ୍ଟାଡିୟମ ଠାରେ ଚାଲିଥିବା ୨୨ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାର ପ୍ରଥମ ଓ ଦ୍ବିତୀୟ ଦିନରେ କଳାହାଣ୍ଡି ଦଳକୁ ବିଶେଷ ସଫଳତା ପ୍ରାପ୍ତ ହୋଇଛି। ପ୍ରଥମ ଦିନରେ କଳାହାଣ୍ଡିକୁ ଗୋଟିଏ ରୈ।ପ୍ୟ ପଦକ ମିଳିଥିବା ବେଳେ ଦ୍ୱିତୀୟ ଦିନରେ ଜୁନିୟର ଅଣ୍ଡର ସେଭେନଣ୍ଟିନ ୩୦ ରୁ ୪୦ ମିଟର ପ୍ରତିଯୋଗିତାରେ ଲାଞ୍ଜିଗଡ ଏସଏସଡି ସ୍କୁଲ ଛାତ୍ର ନିଥନିଆଲ ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକା ବିଭାଗର ଅଣ୍ଡର ଫର୍ଟିନ ୫୦ ମିଟରରେ ସଦର ବ୍ଲକ ଦେପୁର ସ୍କୁଲ ଛାତ୍ରୀ ସୁହାସିନୀ ମଲ୍ଲିକ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ ଦିନରେ କଳାହାଣ୍ଡିକୁ ସିଲଭର ମେଡାଲ ପ୍ରଦାନ କରିଥିଲେ ଡ଼ିଏଭି ବେଦାନ୍ତ ସ୍କୁଲ ଛାତ୍ର ରୋମିୟ ମାଝୀ। ରୋମିୟ ଅଣ୍ଡର ନାଇନରେ ଭାଗନେଇ ଜିଲ୍ଲା ପାଇଁ ସିଲଭର ମେଡାଲ ପ୍ରଦାନ କରିଥିଲେ। ଏହି ସଫଳତା ପାଇଁ ପ୍ରତିଯୋଗୀମାନଙ୍କୁ ତୀରନ୍ଦାଜ ଜିଲ୍ଲା କୋଚ୍ ଶୀମାଞ୍ଚଳ କାଟ୍ରାକା, ଟିମ୍ ମ୍ୟାନେଜର ଦୁଷ୍ମନ୍ତ ମାଝୀ ଓ ଜୟଲାଲ ଭୋଇଙ୍କ ସମେତ ଜିଲ୍ଲା ଆଥଲେଟିକ ଏସୋସିଏସନ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ବେଦାନ୍ତ ପରିଚାଳନା ମୁଖ୍ୟ ରାକେଶ ମୋହନ, ଲାଞ୍ଜିଗଡ ଏସଏସଡି ସ୍କୁଲ ଅଧ୍ୟକ୍ଷ ପାର୍ଥବ ତାଣ୍ଡି ଓ ଡିଏଭି ବେଦାନ୍ତ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଛନ୍ତି।