ୟୁଏଆଇଏଲ୍‍ରେ ଜାତୀୟ ସଡକ ନିରାପତ୍ତା ମାସ ପାଳିତ

ରାୟଗଡ/କାଶିପୁର : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ‘ଜାତୀୟ ସଡକ ନିରାପତ୍ତା ମାସ’ ୨୦୨୧ ଜାନୁଆରୀ ୧୮ରୁ ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଜାତୀୟ ସଡକ ନିରାପତ୍ତା ସପ୍ତାହ ପାଳନ କରାଯାଉଛି । ‘ଜାତୀୟ ସଡକ ନିରାପତ୍ତା ମାସ’ ଭାବରେ ମାସେବ୍ୟାପୀ ଅଭିଯାନ ଦେଶବ୍ୟାପୀ ‘ସଡକ ସୁରକ୍ଷା-ଜୀବନ ରକ୍ଷା’ ବିଷୟବସ୍ତୁକୁ ନେଇ ପାଳନ କରାଯାଇଥିଲା ।


ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ଭାବରେ ୟୁଏଆଇଏଲ୍‍ ମାସେବ୍ୟାପୀ ଅଭିଯାନକୁ ନିରାପତ୍ତା ଏବଂ ଯାତାୟତ ଭଳି ସାମାଜିକ କାରଣକୁ ନେଇ ପାଳନ କରିଥିଲା । ଏହି ପ୍ରୟାସକୁ ଅଧିକ ଆଗେଇନେବା ପାଇଁ ବିବିଧ କ୍ଷେତ୍ରରେ କାର୍ଯ୍ୟକରୁଥିବା ଦଳଗୁଡିକ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିରାପତ୍ତା ବିଧିବ୍ୟବସ୍ଥା ଏବଂ ନିୟମାବଳୀକୁ କଡାକଡି ଭାବରେ ଅନୁସରଣ କରାଯାଇ ପରିଚାଳନା କରାଯାଇଥିଲା ।


ଏହି ବିଶାଳ କାର୍ଯ୍ୟକ୍ରମ ପ୍ରଥମ ସପ୍ତାହରେ ନିରାପତ୍ତା ସମ୍ପର୍କିତ ବ୍ୟାନର, ସଡକ ନିରାପତ୍ତା ଉପରେ ସୂମହ ଆଲୋଚନା
ଏବଂ ସମସ୍ତ କର୍ମଚାରୀଙ୍କୁ ନିରାପତ୍ତା ସମ୍ପର୍କିତ ସଚେତନତା ସୃଷ୍ଟିକାରୀ ପ୍ରଚାରପତ୍ର ବଣ୍ଟନ ସହିତ ଆରମ୍ଭ ହୋଇଥିଲା ।
ନିରାପତ୍ତା ବିଭାଗ ପକ୍ଷରୁ ପ୍ରକଳ୍ପ ଅଞ୍ଚଳରେ ଗାଡିଗୁଡିକର ପରୀକ୍ଷା କରାଯିବା ସହିତ ରାୟଗଡା ଆରଟିଓଙ୍କ ଦ୍ୱାରା ନିରାପତ୍ତା ମାସ ପାଳନର ପ୍ରଥମ ସପ୍ତାହରେ ଡ୍ରାଇଭରମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଦ୍ୱିତୀୟ ସପ୍ତାହରେ ଶକ୍ତି ପ୍ରକଳ୍ପ, ପ୍ରକଳ୍ପ ଏବଂ ଅର୍ଥ ବିଭାଗଗୁଡିକରେ ସଡକ ନିରାପତ୍ତା ସମ୍ପର୍କିତ ସମୂହ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିସହିତ ରୋଡ ସେଫ୍‍ଟି ମିଶନ, ମୁମ୍ବଇ ପକ୍ଷରୁ ଅପରେଟର ଏବଂ କର୍ମଚାରୀଙ୍କୁ ସଡକ ନିରାପତ୍ତା ତାଲିମ ପ୍ରଦାନ କରାଯାଇଥିଲା ।

ତୃତୀୟ ସପ୍ତାହରେ ବିଶୋଧନାଗାର ଅଞ୍ଚଳରେ ଗାଡିଗୁଡିକର ଯାଞ୍ଚ କରାଯାଇଥିଲା । ସଡକ ନିରାପତ୍ତା ଉପରେ ସ୍ଲୋଗାନ,
କୁଇଜ ଆଦି ବିଭିନ୍ନ ପ୍ରତିଯୋଗିତା ସଦସ୍ୟ ଏବଂ କର୍ମଚାରୀଙ୍କ ପାଇଁ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅତ୍ୟନ୍ତ
ଆଗ୍ରହର ସହିତ ପ୍ରାୟ ୧୦୦ ଜଣ ଅଂଶଗ୍ରହଣ କରିଥିଲେ ।
ଚତୁର୍ଥ ସପ୍ତାହରେ ସ୍କୁଲ ବସ୍‍ ଏବଂ ପରିବହନ ଗାଡିଗୁଡିକର ଯାଞ୍ଚ ସହିତ ସଡକ ମାର୍ଗ ପରିବର୍ତ୍ତନ ଭଳି କେତେକ ମୁଖ୍ୟ
ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଅବସରରେ ୟୁଏଆଇଏଲ୍‍ର ୟୁନିଟ ହେଡ୍‍ ଶ୍ରୀ ବେଗ୍‍ ପ୍ରକାଶ କରିଥିଲେ ଯେ ହେଲ୍‍ମେଟ ପିନ୍ଧିବା, ବେଗ ସୀମା
ବଜାୟରଖିବା, ଟ୍ରାଫିକ ଏବଂ ସଡକ ନିରାପତ୍ତା ସଙ୍କେତଗୁଡିକର ସଠିକ ଅନୁପାଳନ ସହିତ ଏ ସମ୍ପର୍କରେ ସଚେତନତା ପ୍ରସାର ତଥା ଜନସାଧାରଣଙ୍କୁ ଅବଗତ କରାଇ ସଡକ ନିରାପତ୍ତା ସଂସ୍କୃତି ପ୍ରତି ଅବଦାନ ରଖିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଏବଂ କର୍ମଚାରୀଙ୍କ ଦାୟିତ୍ୱ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.