ଟାଙ୍ଗନକନା ମା’ ଧରଣୀ ଦେବତା ନକ୍ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ପ୍ରଥମ ମ୍ୟାଚରେ ଭାଟଗୁଡାକୁ ହରାଇ ଚଣାଲିମା ଦଳ ବିଜୟୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ସ୍ଥିତ ଟାଙ୍ଗନକନା ଗ୍ରାମର ଖେଳପଡିଆଠାରେ ଟାଙ୍ଗନକନା ମା’ ଧରଣୀ ଦେବତା ଯୁବକ ସଂଘ ଆନୁକୂଲ୍ୟରେ ନକ୍ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ୍ ଚଣାଲିମା ଓ ଭାଟଗୁଡା ମଧ୍ୟରେ ହୋଇଥିଲା। ଚଣାଲିମା ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୮ ଉଇକେଟ୍ ରେ ୧୪୩ ରନ କରିଥିବା ବେଳେ ଭାଟଗୁଡା ଦଳ ୧୨ ଓଭର ୧୦ ଉଇକେଟ୍ ରେ ୧୦୪ ରନ କରି ପରାଜିତ ହୋଇଥିଲା।

ଏହି ଉଦଘାଟନୀ ମ୍ୟାଚରେ ଶିକ୍ଷାବିତ ପ୍ରଭାକର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବାଲି ମାଝୀ, ଶ୍ରୀ ମାଝୀ, ପଦ୍ମନ ମାଝୀ, ଲଳିତ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମ୍ୟାଚରେ ଭଗା ଭୋଇ ଓ ନବୀନ ମାଝୀ ଖେଳ ପରିଚାଳନା କରିଥିବାବେଳେ ପଙ୍କଜ ହରିଜନ ଧାରାବିବାରଣୀ ଦେଇଥିଲେ।କାର୍ଯ୍ୟକ୍ରମରେ ମା’ ଧରଣୀ ଦେବତା ଟାଙ୍ଗନକନା ଯୁବକ ସଂଘ ପକ୍ଷରୁ ଉମା ମାଝୀ, ରମେଶ ମାଝୀ, ଗୋବିନ୍ଦ ମାଝୀ, ଦିଲ୍ଲୀପ ହରିଜନ, ମନୋଜ ହରିଜନ, ଦେବରାଜ ମାଝୀ ଓ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ବ୍ଲକରେ ସର୍ବ ପ୍ରଥମେ ଖେଳାଳିଙ୍କୁ ଖେଳିବା ପୂର୍ବରୁ ଆଧାର କାର୍ଡ ଦେଖାଇବାକୁ ପଡୁଛି।ଭଡା ଖେଳାଳିକୁ ବାରଣ କରିବା ସହ ନିଜ ଅଞ୍ଚଳର ପିଲାଙ୍କ ଟେଲେଣ୍ଟ ପାଇଁ ଏପରି କରାଯାଇଛି ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆସନ୍ତା ୨୮ ତାରିଖରେ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଯୁବକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in