ଲାଞ୍ଜିଗଡ ନକ୍ଆଉଟ୍ କ୍ରିକେଟ୍ ଉଦଯାପିତ: ବେଦାନ୍ତ ଟାଉନସିପକୁ ହରାଇ ବିଜେପୁର ଦଳ ଚମ୍ପିୟନ୍


ଲାଞ୍ଜିଗଡ଼: ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆଠାରେ ଲାଞ୍ଜିଗଡ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ନକ୍ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ୍ ମ୍ୟାଚ୍ ବିଜେପୁର ଓ ଲାଞ୍ଜିଗଡ ବେଦାନ୍ତ ଟାଉନସିପ ମଧ୍ୟରେ ହୋଇଥିଲା। ବିଜେପୁର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫ ଓଭର ୨ ଉଇକେଟ୍ ବିନିମୟରେ ୨୨୫ ରନ କରିଥିବା ବେଳେ ଜବାବରେ ଟାଉନସିପ ଦଳ ୧୫ ଓଭର ୮ ଉଇକେଟ ବିନିମୟରେ ୧୬୯ ରନ କରିଥିଲେ। ୫୬ ରନରେ ବିଜେପୁର ଦଳ ଚାମ୍ପିଅନ୍ ହୋଇଥିଲେ।


ଏହି ଫାଇନାଲ୍ ମ୍ୟାଚରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ପୁର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ଲାଞ୍ଜିଗଡ ବ୍ଲକ ପୁର୍ବତନ ଏବିଇଓ ଗୋପବନ୍ଧୁ ପୁଷ୍ଟି, ବେଦାନ୍ତ ସିଏସଆର ଶ୍ରୀମୁଖ ଅଗସ୍ତି, ସାମ୍ବାଦିକ କ୍ଷମାନିଧି ମହାଖୁଡ଼ ଓ ଏମ. ଚନ୍ଦ୍ର ଶେଖର ପ୍ରମୁଖ ଉପସ୍ଥିତ ଥିଲେ।


ଆଜିର ଫାଇନାଲ ମ୍ୟାଚରେ ସନ୍ତୋଷ ଦଣ୍ଡସେନା ଓ ରାଘବ ଗହୀର ଖେଳ ପରିଚାଳନା କରିଥିବାବେଳେ ଭୁପେନ୍ଦ୍ର ମହାରଥା ଓ ଶ୍ରୀମୁଖ ଅଗସ୍ତି ଧାରାବିବାରଣୀ ଓ ସ୍କୋର ବୋର୍ଡ଼ରେ ସୁମନ୍ତ ମହାଖୁଡ଼ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେଶନିଆ, ସମ୍ପାଦକ ଭୁପେନ୍ଦ୍ର ମହାରଥାଙ୍କ ସମେତ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଏହି ପ୍ରତିଯୋଗିତା ଜାନୁଆରୀ ୨୬ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏଥିରେ ୩୨ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ବିଜୟୀ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କାର ଚେକ ଦିଆ ଯାଇ ଥିବାବେଳେ ରନର ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରା ଯାଇଥିଲା । ମ୍ୟାନଅଫଦି ସିରିଜ ବିଜେପୁର ଦଳର ମୃତୁଞ୍ଜୟ ପଟେଲଙ୍କୁ ପ୍ରଦାନ କରାଯାଇଥିଲା।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ) ଙ୍କ ସହ  ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in