ଜିଲ୍ଲା ପରିଷଦ ଜୋନ୍-୨ ଉପ ନିର୍ବାଚନ: ଖରିଆର ବିଧାୟକ ଷ୍ଟାର ପ୍ରଚାରକ


ନୂଆପଡା: ଆସନ୍ତା ୨୪ରେ ନୂଆପଡା ଜିଲ୍ଲା କୋମନା ବ୍ଲକ ଜୋନ ନମ୍ବର ୨ରେ ଜିଲ୍ଲା ପରିଷଦ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଜୋର ସୋରରେ ପ୍ରଚାର ପ୍ରସାର କରୁଛନ୍ତି। ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ତରବୋଡ଼ ଠାରୁ କଂଗ୍ରେସ ତା’ର ପ୍ରଚାର ଆରମ୍ଭ କରିଛି।


ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ କାଞ୍ଚନ ଶବର ପାଇଁ ଭୋଟ ଭିକ୍ଷା କରିଥିଲେ। ପ୍ରଥମେ ତରବୋଡ଼ରୁ ଆରମ୍ବ କରି ଧରମପୁର, ଦଳଦଳି, ଲଖନା, ମୁରିବାହାଲ, କଣ୍ଟାପାଲି ପର୍ଯ୍ୟନ୍ତ ପ୍ରଚାର କରିଥିଲେ। ଏହି ପ୍ରଚାରରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ଯୁବନେତା ହୀରାଧର ମେହେର, କଂଗ୍ରେସ ବରିଷ୍ଠ ନେତା ମୋତି ରୱାଲ, ଇଷାକ ମହମ୍ମଦ ପ୍ରମୁଖ ସାମିଲ ଥିଲେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in