ଟାଟାସୁମୋ ଧକ୍କାରେ ୪ ଗୁରୁତର

କଳାହାଣ୍ଡି: କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ୍ ୱେ ର ରାଏନଗୁଡା ହାଇସ୍କୁଲ ଛକ ନିକଟରେ ଆଜି (ସୋମବାର) ମଧ୍ୟାହ୍ନରେ ଏକ ବାଇକକୁ ଦ୍ରୁତଗତିରେ ଆସୁଥିବା ଟାଟାମୁମୋ(ସିଜି୦୪କେଡବ୍ଲୁ- ୧୭୬୧) ପଛପଟୁ ଧକ୍କା ଦେବାରୁ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମଧ୍ୟରେ ଗୋଟିଏ ପରିବାର ୪ଜଣ ଥିବାବେଳେ ୨ନାବାଳକ ଅଛନ୍ତି ।


ଗୁରୁତର ସମସ୍ତେ ହେଲେ ବଡପୋଡାଗୁଡା ପଞ୍ଚାୟତ ତଲାଗାଁର ସୁଶାନ୍ତ ବାଗ, ତାଙ୍କ ସ୍ତ୍ରୀ କନେକ ବାଗ ଓ ୨ନାବାଳକ ପୁଅ ପ୍ରିନ୍ସ ବାଗ, (୫) ଓ ଝିଅ ବେବି ବାଗ (ଅଢେଇ ବର୍ଷ) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନା କୁ ପଠାଇଛନ୍ତି । ସୁଚନା ଯେ, ସୁଶାନ୍ତ ବାଗ ପରିବାର ସହିତ ନିଜ ଗାଁ ତଲାଗାଁରୁ ବାଇକ ଯୋଗେ ଶଲା ବାହାଘରରେ ଯୋଗଦେବା ପାଇଁ ବାଟିଗୁଡା କୁ ଯାଉଥିଲେ । ହେଲେ ବିଜୁ ଏକ୍ସପ୍ରେସ୍ ୱେ ର ରାଏନଗୁଡା ହାଇସ୍କୁଲ ଛକ ନିକଟରେ ତାଙ୍କ ବାଇକକୁ ଆମପାଣି ପଟୁ ଛତିଶଗଡକୁ ଦ୍ରୁତଗତିରେ ଯାଉଥିବା ଏକ ଟାଟାସୋମୁ ଗାଡି ପଛପଟୁୁ ଧକ୍କା ଦେଇଥିଲା ।


ଫଳରେ ସେମାନେ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି କୁ ଜବତ କରି ପଚରାଉଚୁରା କରୁଥିବା ଆମପାଣି ଥାନା ପୋଳିସ ପକ୍ଷରୁ ସୂଚନା ମିଲିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.