ଅମୀୟ ମେମୋରିଆଲ ରାତ୍ରି କ୍ରିକେଟ ଟୁନାମେଣ୍ଟ


ମା’ ନାରାୟଣୀ କ୍ରିକେଟ କ୍ଲବ ଡିହସରିଚୁଆଁ ଚମ୍ପିୟନ୍, ବଜରଙ୍ଗୀ କ୍ରିକେଟ କ୍ଲବ ଦେଉଳି ରନର୍ସଅପ୍

କଟକ: କଟକ ସଦର ବୟାଳିଶମୌଜା ଉପକଣ୍ଠ ଭାରଗୋଳ ସ୍ଥିତ ନବଜ୍ୟୋତି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଯୁବ ସମାଜସେବୀ ସ୍ବର୍ଗତ ଅମୀୟ ପ୍ରଧାନ(ମିଟୁ)ଙ୍କ ସ୍ମୃତି ଉଦେଶ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ। ମା’ ନାରାୟଣୀ କ୍ରିକେଟ କ୍ଲବ ଡିହସରିଚୁଆଁ ୪୧ ରନ କରି ବିଜୟ ଲାଭ କରି ବିଜୟୀପଦକ ସହ ୪୦୦୧ ଟଙ୍କା ପୁରସ୍କାର ପାଇଥିବା ବେଳେ ବଜରଙ୍ଗୀ କ୍ରିକେଟ କ୍ଲବ ଦେଉଳିକୁ ରନର୍ସକପ ସହ ୩୦୦୧ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁନାମେଣ୍ଟକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲାବେଳେ ଅତିଥିଭାବେ କୃଷକନେତା ଦେବୀ ପ୍ରସାଦ ପତି, ଅସୀମ ଦାସ ଏବଂ କ୍ଲବ ପକ୍ଷରୁ ଅସିତ ପ୍ରଧାନ, ରାଜେଶ ପ୍ରଧାନ, ସୁବାଷ ପ୍ରଧାନ, ପରମାନନ୍ଦ ଚୌଧୁରୀ, ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।