ମା’ ଲଙ୍କେଶ୍ବରୀ ଯୁବ ପରିଷଦର ପଞ୍ଚ ଦିବସୀୟ ଫୁଟବଲ ପ୍ରତିଯୋଗିତା: ଅରେବେଡା ଚାମ୍ପିୟନ୍


କଳାହାଣ୍ଡି: କୋକସରା ବ୍ଳକ ବୋବରିଆ ଖେଳ ପଡିଆ ଠାରେ ମା’ ଲଙ୍କେଶ୍ବରୀ ଯୁବ ପରିଷଦ ଦ୍ବାରା ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଫୁଟବଲ ପ୍ରତିଯୋଗିତା ଆଜି (ସୋମବାର) ଫାଇନାଲ ମ୍ୟାଚ ସହ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳଟି ଛିଲିପାମାଲ ଓ ଅରେବେଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅରେବେଡା ଦଳ ୧/୦ ଗୋଲରେ ବିଜେତା ହୋଇଥିଲା।


ଫାଇନାଲ ଖେଲର ପୁରସ୍କାର ବିବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟେମେରା ସରପଞ୍ଚ ଗୈାରି ଦଳପତି, ମୂଖ୍ୟବକ୍ତା ଭାବରେ ରାମସିଂ ମାଝି ଯୋଗଦେଇ ଥିଲେ। ଓ୍ବର୍ଡସଭ୍ୟ ରୁଦ୍ର ପ୍ରସାଦ ମାଝି, ଲଖିଧର ମେହେର, ଛବିନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ପରାଜିତ ଦଳକୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ ଖେଳକୁ ଜୁନାଗଡ଼ ପିଇଟି ତାପସ କୁମାର ଦାସ, ଗଣପତି ପୁଝାରୀ ଓ ଉପେନ୍ଦ୍ର ଗୋପାଳ ପରିଚାଳନା କରିଥିଲେ। ଧାରାବିବରଣୀ ହିରଣ୍ୟ ଗହିର ଓ ଚୈତନ୍ୟ ପାତ୍ର କରିଥିଲେ। ଆୟୋଜନ ଅନୁଷ୍ଠାନର ସଭାପତି ରୋହିତ କୁମାର ମାଝୀ, ସମ୍ପାଦକ ଗୋପାଳ ଚନ୍ଦ୍ର ମାଝୀ, ଉପ-ସଭାପତି ରସିକ ରାଜ ପୁଝାରୀ, ସହ-ସମ୍ପାଦକ ରମେଶ ଚନ୍ଦ୍ର ମାଝୀ, କୋଷାଧ୍ୟକ୍ଷ କୃତିବାସ ମାଝି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଜଗମୋହନ ମାଝି, ଚବିନ୍ଦ୍ର ଲାଲ ନାଏକ, ଚୈତନ୍ୟ ପାତ୍ର, ହୃଷିକେଶ ଖମାରୀ, ରଖିରାମ ମାଝି ପ୍ରମୁଖ ସଦସ୍ୟ କ୍ରିଡା ପରିଚାଳନାରେ ସହଯୋଗ କରିଥିଲେ।