ଅସହାୟ ପରିବାରକୁ ସହାୟତା ପ୍ରଦାନ କଲା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା


କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଙ୍ଗପଦର ଗ୍ରାମର ଦିନ ମଜୁରିଆ କୁଲେଶ୍ବର ପୋଢ (୪୧) କିଛି ଦିନ ତଳେ ମୃତ୍ୟୁମୁଖରେ ପଡିବା ପରେ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ସ୍ବର୍ଗତ ପୋଢଙ୍କ ବିଧବା ପତ୍ନୀ କୈାସଲ୍ୟା ଦୁଇ ନାବାଳକ ପୁଅ ବିରଦି (୧୨) ଏବଂ ମିଟୁ (୯) ଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି।

ଏହି ପରିବାରର ଦୁର୍ଦ୍ଦିନ ସମୟରେ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା। ମହାସଭାର ଯୁବ ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୋରିଙ୍ଗପଦର ଗସ୍ତକରି ମୃତ କୁଲେଶ୍ବରଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବାସହ କିଛି ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ।

ଏହି ସହାୟତା ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ସଭାପତି ଅଶୋକ ପୋଢ, କେସିଙ୍ଗା ଆଞ୍ଚଳିକ କାର୍ଯ୍ୟକାରୀ ସଭାପତି ବସନ୍ତ ନାଏକଙ୍କ ସମେତ ପ୍ରଭାତ ବିଶି, ଗଜାନନ ବନଛୋର, ପ୍ରକାଶ ବନଛୋର, ସାନନ୍ଦ ପୋଢ, ପ୍ରସାନ୍ତ ପୋଢ, ତୋଫାନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ କେସିଙ୍ଗା ବ୍ଲକ ଯାଦବ ସମିତି ପକ୍ଷରୁ ଏହି ପରିବାରକୁ ସ୍ବତନ୍ତ୍ର ଭାବେ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି ଏବଂ ଦୁଇ ଶିଶୁଙ୍କ ପାଠପଢ଼ାର ସୁବନ୍ଦୋବସ୍ତ କରାଯିବ ବୋଲି ମହାସଭା ପକ୍ଷରୁ ପ୍ରକାଶ କରାଯାଇଛି।

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ