କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ


କଳାହାଣ୍ଡି, (କ୍ଷମାନିଧି ମହାକୁଡ): ଭବାନୀପାଟଣା କଂଗ୍ରେସ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଆୟୋଜିତ ହୋଇଥିଲା।

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରୀ ଅଙ୍କିତ ସିଂଘାଇ , ଯୁବ ନେତା ସାଗର ଚରଣ ଦାସ, ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ ପ୍ରମୁଖ‌ ଏଥିରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଅନେକ ଯୁବ କଂଗ୍ରେସ ପଦାଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।