ପେଙ୍ଗସୁର ନକ୍ଆଉଟ୍ କ୍ରିକେଟ୍ ଉଦଘାଟିତ


ପ୍ରଥମ ମ୍ୟାଚରେ ବନ୍ଧପାରିକୁ ହରାଇ ବେନଗାଁ ଦଳ ବିଜୟୀ

ଲାଞ୍ଜିଗଡ଼: ସୋମବାର ଲାଞ୍ଜିଗଡ଼ ବ୍ଲକ ପେଙ୍ଗସୁର ଗାଁର ଖେଳପଡିଆଠାରେ ନକ୍ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ୍ ବେନଗାଁ ଓ ବନ୍ଧପାରି ମଧ୍ୟରେ ହୋଇଥିଲା। ବେନଗାଁ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୪ ଉଇକେଟ୍ ରେ ୧୫୭ ରନ କରିଥିବା ବେଳେ ବନ୍ଧପାରି ଦଳ ୧୨ ଓଭରରେ ୯୭ ରନ କରି ପରାଜିତ ହୋଇଥିଲା।


ଏହି ଉଦଘାଟନୀ ମ୍ୟାଚରେ ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ ଟିକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ପ୍ରହ୍ଲାଦ ମାଝୀ, ରାଜକିଶୋର ବାଗ, ମଳୟ ନାଏକ, ଅନନ୍ତ ଦୋରା, କାର୍ତ୍ତିକ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।ଆଜିର ଚନ୍ଦ୍ର ମାଝୀ ଓ ମୁକୁନ୍ଦ ମାଝୀ ଖେଳ ପରିଚାଳନା କରିଥିବାବେଳେ ପ୍ରହ୍ଲାଦ ମାଝୀ ଧାରାବିବରଣୀ ଓ ସ୍କୋର ବୋର୍ଡରେ ବିଘ୍ନ ସହଯୋଗ କରିଥିଲେ।


କାର୍ଯ୍ୟକ୍ରମରେ ପେଙ୍ଗସୁର ନକ୍ଆଉଟ୍ କ୍ରିକେଟ୍ କମିଟି ପକ୍ଷରୁ ବିକ୍ରମ ମାଝୀ, ରୁଷିକାନ୍ତ ମାଝୀ, ସୁଶାନ୍ତ ମାଝୀ ଶରତ ମାଝୀ, ଚନ୍ଦ୍ର ମାଝୀ ସମେତ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in