-
ଅଦରକାରୀ ଜମିରେ ଗଛ ଲଗାଇ ସୁନା ଫଳାଇଛନ୍ତି ବନ ବିଭାଗ : ଜିଲ୍ଳାପାଳ
-
କାଶୀପୁର ସମେତ ଅନ୍ୟ ବ୍ଳକଗୁଡିକରେ ମଧ୍ୟ କରାଯିବ ଫରେଷ୍ଟ ପାର୍କ : ରାଜ୍ୟସଭା ସାଂସଦ
ରାୟଗଡା,୧/୨: ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ରୟତ କଲୋନୀ ଛକ ତଥା ୩୨୬ନମ୍ବର ଜାତୀୟ ରାଜପଥର କଡରେ ଥିବା ୭ଏକର ଅଦକାରୀ ଜମିରେ ଇକୋ ଫରେଷ୍ଟେ ପାର୍କ ନିର୍ମାଣ କରି ସୁନା ଫଳାଇଛନ୍ତି ରାୟଗଡା ବନବିଭାଗ ବୋଲି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ରାୟଗଡା ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମ ତାପସ କୁମାର ପ୍ରକାଶ କରିଛନ୍ତି । ରାୟଗଡା ବନଖଣ୍ଡ,ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୭ଏକର ଜାଗାରେ ନିର୍ମିତ ଇକୋ ଫରେଷ୍ଟ ପାର୍କକୁ ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ ଉଦଘାଟନ କରି ଜିଲ୍ଳାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ରାୟଗଡା ବନଖଣ୍ଡ ବିଭାଗର ଖଣ୍ଡିୟ ବନାଧିକାରୀ ଦେବାର୍ଚ୍ଚନା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ରାଓ ଏବଂ ଜିଲ୍ଳାପାଳ ଗୁହା ପୁନମଙ୍କୁ ନାଚଗୀତ,ବାଦ୍ୟ ତାଳରେ ସ୍ୱାଗତ କରାଯାଇ ପାଛୋଟି ଅଣାଯାଇଥିଲା ।
ଫରେଷ୍ଟ ପାର୍କକୁ ଫିତା କାଟି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଉଦଘାଟିତ କରି ପାର୍କ ପରିସରରେ ବୁଲି ପରିଦର୍ଶନ କରିଥିଲେ । ନୂତନ ଭାବେ ନିର୍ମିତ ଏହି ଫରେଷ୍ଟ ପାର୍କ ଦ୍ୱାରା ପରିବେଶ ସନ୍ତୁଳନରେ ସହାୟକ ହେବା ସହ ରାୟଗଡା ସହରରେ ଏହି ଭଳି ପାର୍କ ପାଇଁ ବହୁଦିନରୁ ସହରବାସୀଙ୍କ ଅଭିଳାଷା ରହିଥିଲା ଯାହାକି ଏବେ ଏହା ପୂରଣ ହୋଇପାରିଛି ଏବଂ ଏହି ପାର୍କର ଅନ୍ୟାନ୍ୟ ଉନ୍ନତି ନିମନ୍ତେ ସେ ନିଜ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରକାଶ କରି କାଶୀପୁରରେ ଏବଂ ଜିଲ୍ଳାର ବିଭିନ୍ନ ବ୍ଳକରେ ଏହିପରି ପାର୍କର ନିର୍ମାଣ କରାଯିବ ବୋଲି କହିଥିଲେ । ସେହିପରି ରାୟଗଡା ବନ ବିଭାଗ ଦ୍ୱାରା ଏକ ଅଦରକାରୀ ସ୍ଥାନରେ ବିଭିନ୍ନ ଔଷଧୀୟ ଗଛ ରୋପଣ କରାଯାଇ ସୁନା ଫଳାଯାଇଛି ବୋଲି କହିବା ସହ ପରିବେଶ ସନ୍ତୁଳନ କ୍ଷେତ୍ରରେ ରୋପଣ କରାଯାଇଥିବା ବୃକ୍ଷଗୁଡିକ ଉପରେ ସମସ୍ତଙ୍କୁ ଏହା ପରିବେଶ ସୁରକ୍ଷା ଦିଗରେ ଶିକ୍ଷଣୀୟ ହୋଇପାରିବ ଏବଂ ଏହା ପିଲାଙ୍କ ପାଇଁ ଓ ପରିବାରଙ୍କ ପାଇଁ ଏକ ବୁଲିବା ସ୍ଥାନ ହୋଇପାରିଛି ବୋଲି ଜିଲ୍ଳାପାଳ ଗୁହା ପୁନମ ତାପସ କୁମାର ପ୍ରକାଶ କରିଥିଲେ ।
ବନ ବିଭାଗ ଦ୍ୱାରା ବର୍ତମାନ ସୁଦ୍ଧା ୨୧ଲକ୍ଷ ଟଙ୍କା ବିନିମୟ ହୋଇଥିବା ବେଳେ ସଂପୂର୍ଣ୍ଣ ଭାବେ ଏହା ସମାପ୍ତ ପାଇଁ ପାଖାପାଖି ୧କୋଟିରୁ ଉର୍ଦ୍ଧ ଅର୍ଥର ଆବଶ୍ୟକତା ରହିଛି । ଏହି ପାର୍କକୁ ପ୍ରବେଶ ଦେୟ ୧୦ଟଙ୍କା ରଖାଯାଇଥିବା ବେଳେ ୩ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରବେଶ ଦେୟ ୫ଟଙ୍କା ଏବଂ ମାସିକ ଅନୁମତି ପତ୍ର ହିସାବରେ ସାଧାରଣ ନାଗରିକଙ୍କ ପାଇଁ ୧୫୦ଟଙ୍କା,ବରିଷ୍ଠ ନାଗରିକଙ୍କ ପାଇଁ ୧୦୦ଟଙ୍କା ଏବଂ ନୈାଚାଳନା ଦେୟ ପାଇଁ ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ୩ବର୍ଷରୁ ୮ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ନୈାଚାଳନା ଉଦ୍ଧିଷ୍ଟ ରହିଛି ।
ଫରେଷ୍ଟ ପାର୍କରେ ୨୮୫୦ଟି ବୃକ୍ଷ ଲଗାଯାଇଥିବା ନେଇ ଖଣ୍ଡିୟ ବନାଧିକାରୀ ଦେବାର୍ଚ୍ଚନା ବେହେରା ସୂଚନା ଦେଇଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମକୁ ରାୟଗଡା ବନଖଣ୍ଡ ବିଭାଗର ରେଂଜର ପ୍ରଭାକର ସେନାପତି ଓ ମୁନିଗୁଡା ରେଂଜର ଅନୀଲ ରଏ ପ୍ରମୁଖ ପରିଚାଳନା କରିଥିବା ବେଳେ ବନପାଳ,ବନରକ୍ଷୀମାନେ ସହଯୋଗ କରିଥିଲେ ।
ରାୟଗଡାରୁ ଶିବ ନାରାୟଣ ଗଉଡ଼ଙ୍କ ରିପୋର୍ଟ odiabarta.in