ମୁକ୍ତିଲାଭ କରିବ ମ୍ୟୁଜିକାଲ୍ ଭିଡ଼ିଓ ‘ଚଗଲା ଟୋକା’


କଳାହାଣ୍ଡି (କ୍ଷମାନିଧି ମହାକୁଡ଼): “ନୂଆ ପ୍ରେମର ଶଗୁନ” ,”ଶେଫାଳି” ଓ “ତୋ ନାଁରେ”ର ଅପୂର୍ବ ସଫଳତା ପରେ ଓଡ଼ିଶା ଆର୍ ଏବଂ ମୁଦ୍ରା କ୍ରାଫ୍ଟସର ମିଳିତ ପ୍ରଯୋଜନାରେ ଏକ ଭିନ୍ନ ଧରଣର ନୂଆ ପ୍ରେମ କାହାଣୀ ଆଧାରିତ ମ୍ୟୁଜିକ ଭିଡ଼ିଓ ଆସନ୍ତା ୨୮ ତାରିଖ ଦିନ ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ପପୁନ ଜେନାଙ୍କ ନିର୍ଦ୍ଦେଶନା ଓ ଅର୍ଯ୍ୟାନ ମହାନ୍ତିଙ୍କ ପ୍ରଯୋଜନାରେ “ଚଗଲା ଟୋକା” ଶୀର୍ଷକ ଏଇ ପ୍ରେମ ସଙ୍ଗୀତଟିକୁ ରଚନା କରିଛନ୍ତି ପପୁନ ଜେନା। ଏଥିରେ ଆସଦ୍ ନିଜାମ୍ ସ୍ୱର ସଂଯୋଜନା କରିଥିବା ବେଳେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର। ପ୍ରଗତି କଲେଜର ପୂର୍ବତନ ଛାତ୍ର ତଥା ଚକଲେଟ ଷ୍ଟାର ଅରମାନ୍ (ଆର୍ଯ୍ୟାନ୍) ଓ ଚୁଲବୁଲି ନାୟିକା ହିତୈଶା ଏହି ମ୍ୟୁଜିକାଲ୍ ଭିଡ଼ିଓରେ ଅଭିନୟ କରିଛନ୍ତି। ଭିନ୍ନ ଧରଣରେ ନିର୍ମିତ ଏହି ମ୍ୟୁଜିକ ଭିଡ଼ିଓଟି ଦର୍ଶକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇ ପାରିବ ବୋଲି ଆଶା କରାଯାଉଛି। ଏହି ମ୍ୟୁଜିକାଲ ଭିଡ଼ିଓଟିକୁ ଦର୍ଶକମାନେ ଫେବୃଆରୀ ୨୮ ତାରିଖ ସକାଳ ୯ଘଣ୍ଟା ସମୟରେ ସିଧାସଳଖ ଓଡିଶା ଆରର (Odisha R) ୟୁଟ୍ୟୁବ ଚାନେଲରେ ଦେଖିପାରିବେ।