ଚୋରା ଶାଳ ସାଇଜ କାଠ ସହ ମାରୁତି ଭ୍ୟାନ ଜବତ, ଚାଳକ ଫେରାର


କଳାହାଣ୍ଡି, (ହେମନ୍ତ ସାହୁ): ବୁଧବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ହରଲଙ୍ଗା ଠାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଚୋରା ଶାଳ ସାଇଜ କାଠ ବୋଝେଇ ମାରୁତି ଭ୍ୟାନ ଗାଡ଼ି କୁସନ୍ଦେହ ରେ ଅଟକାଇଥିଲେ। ହେଲେ ଗାଡ଼ି ଚାଳକ ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ଦୃତ ଗତିରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ତାକୁ ପିଛା କରି ଗାଡ଼ିକୁ ଅଟକାଇଥିଲେ। ଗାଡିରେ ଥିବା ୩୦ଖଣ୍ଡ ଶାଳ ସାଇଜ କାଠସହ ମାରୁତି ଭ୍ୟାନ ନଂ ଓଆର୧୭ ଏ ୭୭୩୪ କୁ ଜବତ କରିଛି। ହେଲେ ଘଟଣା ସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଛି।


ଏହି ଚଢାଉ ରେ ବନ ବିଭାଗ ରେଞ୍ଜର ଅସିତ କୁମାର ଦାସ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ଦିପକ ସା, ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ, ଗୋପିନାଥ ନାୟକ, ଲୋଚନୀ ଦୋରାଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ।