ଫେବୃୟାରୀ ୨୬ରୁ ୩ୟ ପ୍ଲେ ବଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ


ଉଦ୍ଘାଟନୀ ମ୍ୟାଚରେ ହେପ୍ପୀ କ୍ଳବ କଣ୍ଟାବାଞ୍ଜି ବନାମ କୋମନା ବ୍ଲକ ଟିମ

ନୂଆପଡା: ସ୍ଥାନୀୟ ମିନି ଷ୍ଟାଡ଼ିଅମ ଠାରେ ୩ୟ ପ୍ଲେ ବଏ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଫେବୃୟାରୀ ୨୬ରୁ ଆରମ୍ବ ହୋଇ ଏହି ଟୁର୍ନାମେଣ୍ଟ ୩ ଦିନ ଧରି ଚାଳିବ। ଆସନ୍ତା ଫେବୃୟାରୀ ୨୮ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ୮ ଟି ଦଳ ( ଭିଲାଇ, ବାଗବାହାରା, ରାଇପୁର, ଭବାନୀପାଟଣା, ସମ୍ବଲପୁର, କଣ୍ଟାବାଞ୍ଜି ) ଅଂଶ ଗ୍ରହଣ କରିବେ. ଟୁର୍ନାମେଣ୍ଟ ବିଜେତାଙ୍କୁ ୨୫ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତାକୁ ୧୫ ହଜାର ଟଙ୍କା ଓ ଟ୍ରଫି ଦେବା ର ବ୍ୟବସ୍ଥା କରାଯିବା ସହ ସମସ୍ତ ମେଚ ରେ ମେନ ଅଫ ଦ ମେଚ ପୁରସ୍କାର ଦିଆଯିବ। ଏହା ସହିତ ଟୁର୍ନାମେଣ୍ଟ ଶେଷ ରେ ମେନ ଅଫ ଦ ସିରିଜ ପୁରସ୍କାର ସହ ଟ୍ରଫି ଦିଆଯିବ। ଆୟୋଜକ ପ୍ଲେ ବଏ କ୍ରିକେଟ କମିଟିର ଶ୍ରୀରାମ ମିଶ୍ର (ଜାନୁ ମିଶ୍ର ), ସୌରଭ ଜୈନ,ଚିନ୍ମୟ ଭୋଇ, ଟିଂକୁ, ପ୍ରମୋଦ ସାମଲ, ଜିତୁ ହୋତା, ରମେଶ ସାମଲ ପ୍ରମୁଖ ଏହି ଟୁର୍ନାମେଣ୍ଟକୁ ସଫଳ କରିବାରେ ବିଶେଷ ଭାବେ ସହଯୋଗ କରିବେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in