ନଦୀ ଭିତରକୁ ଗଡିଗଲା ମାନବ ବିହୀନ କାର

କଳାହାଣ୍ଡି, (ନରୋତ୍ତମ ସେଲମା): ଶୈବପୀଠ ବେଲଖଣ୍ଡି ଠାରେ ଏକ କାର ନଦୀ ଭିତରକୁ ଗଡିଯିବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଟିଟିଲାଗଡ ଅଂଚଳର କିଛି ବ୍ୟକ୍ତି ଏକ କାର (ଓଡି ୦୩-ଜେ-୮୭୫୫) ରେ ବେଲଖଣ୍ଡି ଧବଳେଶ୍ୱର ପୀଠକୁ ଦେବଦର୍ଶନ ପାଇଁ ଆସିଥିଲେ । କାରକୁ ଉତେଇ ନଦୀ ପାଶ୍ୱର୍ସ୍ଥ ପଡିଆ ଠାରେ ରଖିଦେଇ ସମସ୍ତେ ମନ୍ଦିରକୁ ଯାଇଥିଲେ । ଏତିକିବେଳେ କାରଟି ଯେଉଁପଟ ମୁହଁ ହୋଇଥିଲା ସେପଟେ ଗଡି ଗଡି ଯାଇ ଉତେଇ ନଦୀ ଭିତରକୁ ପଶି ଯାଇଥିଲା । ସେତେବେଳେ ଗାଡିରେ କେହି ନ ଥିଲେ ।

ପରେ ଗାଡିର ଡ୍ରାଇଭର ଓ ଅନ୍ୟମାନେ ଆସି ଏହା ଦେଖିବା ପରେ ସ୍ଥାନୀୟ ଲୋକ ଓ ଏକ ଟ୍ରାକ୍ଟର ମାଧ୍ୟମରେ ଗାଡିକୁ ନଦୀରୁ ବାହାର କରିଥିଲେ । ଗାଡିଟିର ଅନେକାଂଶରେ କ୍ଷୟକ୍ଷତି ହୋଇଛି । ପ୍ରକାଶ ଥାଉ କି, ବେଲଖଣ୍ଡି ମନ୍ଦିର ର ଉଭୟ ପାଶ୍ୱର୍ରେ ଦୁଇଟି ନଦୀ ତେଲ ଓ ଉତେଇ ପ୍ରଭାବିତ ହୋଇଥିବା ବେଳେ ଘଟଣାସ୍ଥଳ ଟିକିଏ ଆଗକୁ ଦୁଇ ନଦୀର ସଂଯୋଗ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.