ଜଙ୍ଗଲ ଓ ଗାଁ ପ୍ରତି ସୃଷ୍ଟି ହୋଇପାରେ ବିପଦ
ଲାଞ୍ଜିଗଡ: ଲାଞ୍ଜିଗଡ ସହର ଠାରୁ ଟାଙ୍ଗନକନା ଗାଁ ଦେଇ ଭବାନୀପାଟଣା ଯାଉଥିବା ଆର୍ଡି ରାସ୍ତାରେ ଗୋଇପଟା ଗାଁଠାରୁ ଟାଙ୍ଗନକନା ଗାଁ ପର୍ଯ୍ୟନ୍ତ ୨ କିଲୋମିଟର ଦୂର ରାସ୍ତାର ଦୁଇ ପାର୍ଶ୍ଵରେ ନିଆଁ ଲାଗିଥିବା ଯୋଗୁଁ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଆଜିକି ଦୁଇ ଦିନ ଧରି ଏହି ନିଆଁ ଲାଗି ଧୀରେ ଧୀରେ ବଢି ଚାଲିଥିବା ବେଳେ ନିକଟରେ ଥିବା ଜଙ୍ଗଲ ଓ ଗାଁକୁ ମଧ୍ୟ ବିପଦ ହୋଇପାରେ ବୋଲି ଲୋକେ ଭୟଭୀତ ହୋଇ ପଡିଛନ୍ତି।
କିନ୍ତୁ ପ୍ରଶାସନକୁ ସୂଚନା ଦେଇଥିଲେ ମଧ୍ୟ ଘଟଣା ସ୍ଥଳକୁ ପହଂଚି ନାହାନ୍ତି ବୋଲି ସ୍ଥାନୀୟ ବାସୀ ପ୍ରକାଶ କରିଛନ୍ତି। ବ୍ଲକରେ ଚଳିତ ବର୍ଷ ରାସ୍ତା କଡରେ ଥିବା ଲଟାବୁଦା ପ୍ରଶାସନ ପକ୍ଷରୁ କଟା ଯାଇନଥିବା ଯୋଗୁଁ ବାରମ୍ବାର ଗାଡି ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟିବା ଶହ ଲଟାବୁଦାରେ ନିଆଁ ଲାଗିଲେ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବହୁ ଅସୁବିଧାର ସଂମ୍ବୁଖିନ ହେଉଥିବା ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in