ମୂଷାନାଲ ଠାରେ ଜୈବିକ ଖତ ପ୍ରସ୍ତୁତି ସଂପର୍କିତ ତାଲିମ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: ବିଶ୍ୱନାଥପୁର ବନାଞ୍ଚଳ ଓ ଗ୍ରାମୀଣ ପ୍ରଡକ୍ଟ ମାର୍କେଟିଂ ସଂସ୍ଥାର ମିଳିତ ଆନୁକୂଲ୍ୟରେ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ନେଇ ଏକ ଜୈବିକ ଖତ ପ୍ରସ୍ତୁତି ସଂପର୍କିତ ତାଲିମ କାର୍ଯ୍ୟକ୍ରମ ମୂଷାନାଲ ବନବିଭାଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦ ଯୋଗଦେଇଥିବା ବେଳେ ତାଲିମଦାତା ଭାବେ ଗ୍ରାମୀଣ ପ୍ରଡକ୍ଟ ମାର୍କେଟିଂର କର୍ମକର୍ତ୍ତା ପ୍ରଫୁଲ୍ଲ ବିଶୋଇ ଯୋଗ ଦେଇଥିଲେ ।ଏହି ଅବସରରେ ମୂଷାନାଳ ସେକ୍ସନ ଅନ୍ତର୍ଗତ ୧୪ଟି ବନ ସୁରକ୍ଷା ସମିତିର ସଦସ୍ୟ ତଥା ଲାଞ୍ଜି, କାଣ୍ଡାମା ଓ ମୂଷାନାଳ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଗ ନେଇ ଜୈବିକ ଖତ ପ୍ରସ୍ତୁତି ସଂପର୍କରେ ତାଲିମ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ମୂଷାନାଳ ବନପାଳ ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ବନରକ୍ଷୀ ବିନୋଦ ବିହାରି ନାୟକ, ଲୋଚନ ମାଝୀ, ଦେବରାଜ ପ୍ରମୁଖ ପରିଚାଳନା କରିଥିଲେ ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.