ହସ୍ତଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଡୋକ୍ରା ହସ୍ତକଳାର ଦୁଇ ମାସିଆ ତାଲିମ ଶିବିର ଉଦଯାପିତ


ରାୟଗଡ, (ଶିବ ନାରାୟଣ ଗୈାଡ): କେନ୍ଦ୍ର ବୟନ ଶିଳ୍ପ ଅଧିନସ୍ଥ ହସ୍ତକଳା ଉନ୍ନୟନ କମିଶନର ଭୁବେନେଶ୍ଵର କେନ୍ଦ୍ର ପକ୍ଷରୁ ଦୁଇ ମାସ ବ୍ୟାପି ରାୟଗଡ ଜିଲ୍ଲା ବିଷମକଟକ ବ୍ଲକ ଗୋତିଗୁଡା ଠାରେ ଚାଲିଥିବା ଡୋକ୍ରା କାରୀଗରଙ୍କୁ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭୀମସେନ ଶବର ମୁଖ୍ୟ ଅତିଥି ଭାବେ କର୍ମଶାଳାରେ ଯୋଗଦେଇ ଡୋକ୍ରା ଶିଳ୍ପର ଭୂମିକା ଓ ସାମ୍ପ୍ରତିକ ସହରୀ ସଭ୍ୟତାରେ ଏହାର୍ ଚାହିଦା ବଢି ଚାଲିଥିବାରୁ କାରିଗରମାନଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ।


ନୂତନ ଶୈଳୀରେ ଡୋକ୍ରା ସାମଗ୍ରୀ ଉତ୍ପାଦନ କରିବା ଲାଗି ସେ ପରାମର୍ଶ ଦେଇଥିଲେ ଏବଂ ଡୋକ୍ରା ହସ୍ତକଳାର ବିକାଶ ଓ ବଜାରିକରଣ ଲାଗି ହସ୍ତଶିଳ୍ପ ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଜିଲ୍ଲାର ହସ୍ତଶିଳ୍ପ କାରୀଗରଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ । ହସ୍ତଶିଳ୍ପ ମନ୍ତ୍ରଣାଳୟର ଉପ ନିର୍ଦ୍ଦେଶିକା କୁମାରୀ ଶୈଳଜା କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ବିଭାଗ ଦ୍ଵାରା କଳାକାରମାନଙ୍କୁ ଯୋଗା ଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହି କ୍ରମରେ ପ୍ରଥମ ଥର ଖଜୁରୀ ଓ ଖମ୍ବେସୁ ଗ୍ରାମର ୪୪ ଜଣ ମହିଳା ଡଙ୍ଗରିଆ କାରିଗର ଓ ଗୋତିଗୁଡାର ୨୨ ଜଣ ଡୋକ୍ରା କାରୀଗରଙ୍କୁ ପୂର୍ବରୁ କେନ୍ଦ୍ର ସରକାରଙ୍କ କଳାକାର ପରିଚୟ ପତ୍ର ପଦାନ କରାଯାଇଥିବା ସୂଚନା ଦେଇଥିଲେ ।


ଏଇ ଅବସରରେ ହସ୍ତଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଉପନିର୍ଦ୍ଦେଶିକା କୁମାରୀ ଶୈଳଜାଙ୍କ ଉଦ୍ୟମକ୍ରମେ ମୁଖ୍ୟ ଅତିଥି ଶବର ତାଲିମ ନେଇଥିବା ୨୦ ଜଣ ଡୋକ୍ରା କାରୀଗରଙ୍କୁ ମଇନ ଅଠା ରୁ ଡୋକ୍ରା ସାମଗ୍ରୀ ପ୍ରସ୍ତୁତ ଲାଗି ହାତ ଚଳିତ ବ୍ଲୋଏର ମେସିନ ପ୍ରଦାନ କରିଥିଲେ । ଗତ ଡିସେମ୍ବର ୩୧ ରୁ ଆରମ୍ଭ ହୋଇଥିବା ତାଲିମ କାର୍ଯ୍ୟକ୍ରମ ଫେବୃଆରୀ ୨୭ରେ ଶେଷ ହୋଇଥିଲା । ଝିଗିଡିର ପୁରୁଖା କାରିଗର ସେଠାରେ ରହି ଦୁଇ ମାସ ବ୍ୟାପି ତାଲିମ ଦେଇଥିଲେ । ଏହି ଅବସରରେ ଗ୍ରାମରେ ସମସ୍ତଙ୍କୁ ନେଇ ସ୍ବଚ୍ଛ ଅଭିଯାନ ଅନୁଷ୍ଠିତ ହୋଇଥିଲା ।