୭୦ ନୁହଁ ୧୦୭ ଏକର ଜମିରେ ନିର୍ମାଣ ହେବ ରାମମନ୍ଦିର


ଅଯୋଧ୍ୟା: ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ୧୦୭ ଏକର ଜମିରେ ନିର୍ମାଣ ହେବ ବୋଲି ଜଣାପଡିଛି। ପୂର୍ବରୁ ୭୦ ଏକର ଜମିରେ ରାମମନ୍ଦିର ନିର୍ମାଣ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ବର୍ତ୍ତମାନ ୧୦୭ ଏକର ଜମିରେ ରାମମନ୍ଦିର ନିର୍ମାଣ କରାଯିବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରଷ୍ଟ୍‌ ପକ୍ଷରୁ ମନ୍ଦିର ଆଖପାଖରେ ଥିବା ଅତିରିକ୍ତ ୭୨୮୫ ବର୍ଗଫୁଟ ଜମି କିଣା ଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।