✒️୰ପଦ୍ମନାଭ ଦୁବେ
ଜାଣି ମୁଁ ନଥିଲି
ଆସିବଟି ଦିନେ
ଏମିତି ସଙ୍କଟ ଦିନ
ତୁଟିଯିବ ସ୍ନେହ
ମମତା ବନ୍ଧନ
ହଟିବ ସବୁ ବିଷମ।
ସରଳ, ନିରୀହ
ମନରେ ସଭିଙ୍କ
ପାଲଟିବ ମତ ଭିନ୍ନ
ଭଲ ବୁଝାମଣା
ଚିହ୍ନବର୍ଣ୍ଣ ସବୁ
ମଉଳି ହୋଇବ ଲୀନ।
ଅଲୋଡ଼ା ଜୀବନ
ପାଉଁଶ ସମାନ
ମାଟିରେ ମିଶିବ ଦିନେ
ହୋଇଯିବ ଶୂନ୍ୟ
ଶୂନ୍ୟ ମହାଶୂନ୍ୟ
ସପନ ଗାରିମା କ୍ଷଣେ।
ତଥାପି ଆଶାରେ
ସୁଖ ସପନରେ
ଗର୍ବ, ଅହଂକାରେ ମନ
ଶେଷ ପରିଣତି
ତରୁଲତା ପରି
ଝାଉଁଳି ପଡ଼ିବ ପ୍ରାଣ।
(ବିଶିଷ୍ଟ କବି ୰ପଦ୍ମନାଭ ଦୁବେଙ୍କ ଜୟନ୍ତୀ ଅବସରରେ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ଶ୍ରଦ୍ଧାଞ୍ଜଳି)